Indus Valley Times

ଚୀନ-ଜାପାନ ଉପରେ ବିପଦ, ସ୍ଥଳଭାଗ ଆଡକୁ ମାଡି ଆସୁଛି ୨୦୨୨ର ସବୁଠୁ ଶକ୍ତିଶାଳୀ ବାତ୍ୟା, ୨୫୭ କି.ମି ବେଗରେ ବୋହିବ ପବନ

 Breaking News

ଚୀନ-ଜାପାନ ଉପରେ ବିପଦ, ସ୍ଥଳଭାଗ ଆଡକୁ ମାଡି ଆସୁଛି ୨୦୨୨ର ସବୁଠୁ ଶକ୍ତିଶାଳୀ ବାତ୍ୟା, ୨୫୭ କି.ମି ବେଗରେ ବୋହିବ ପବନ

August 31
20:14 2022

ନୂଆଦିଲ୍ଲୀ,୩୧/୮: ୨୦୨୨ର ସବୁଠାରୁ ଶକ୍ତିଶାଳୀ ବିଶ୍ୱ ଝଡ଼ ବା ‘ଗ୍ଲୋବାଲ୍ ଷ୍ଟର୍ମ’ ବର୍ତ୍ତମାନ ପୂର୍ବ ଚୀନ୍ ସାଗର ମଧ୍ୟରେ ଗତିକରୁଛି। ଏହି ଝଡ଼କୁ ‘ସୁପର ଟାଇଫୁନ୍ ହିନାନୋର’ ଭାବେ ନାମିତ କରା ଯାଇଥିବା ବେଳେ ଏବେ ଏହି ଝଡ଼ ଘଣ୍ଟାପ୍ରତି ୧୬୦ ମାଇଲ ବେଗରେ ଗତିକରୁଛି। ଏହା ଜାପାନର ଦକ୍ଷିଣ ଦ୍ୱୀପପୁଞ୍ଜ ପ୍ରତି ବିପଦ ସୃଷ୍ଟି କରିବା ସହ ଚୀନ୍ର ପୂର୍ବ ଉପକୂଳରେ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି।
ଆମେରିକାର ମିଳିତ ଟାଇଫୁନ୍ ଚେତାବନୀ କେନ୍ଦ୍ର ଅନୁଯାୟୀ ସୁପର ଟାଇଫୁନ୍ ହିନାନୋର ପ୍ରଭାବରେ ବର୍ତ୍ତମାନ ଘଣ୍ଟାପ୍ରତି ପ୍ରାୟ ୧୬୦ ମାଇଲ୍ (୨୫୭ କିଲୋମିଟର) ବେଗରେ ନିରନ୍ତର ପବନ ବୋହୁଛି ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୧୯୫ ମାଇଲ୍ରୁ ଅଧିକ ରହିଛି। ସମୁଦ୍ରରେ ୫୦ ଫୁଟ (୧୫ମିଟର) ଉଚ୍ଚତାର ଢ଼େଉ ଉଠୁଛି।
ଜାପାନ ପାଣିପାଗ ଏଜେନ୍ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ସମୟରେ ରେକର୍ଡ ହୋଇଥିବା ସର୍ବାଧିକ ନିରନ୍ତର ପବନର ବେଗ ଆଧାରରେ ହିନାନୋର ୨୦୨୨ର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ହେବ।
ହଂକଂ ଅବଜରଭେଟୋରି କହିଛି ଯେ ଆଜି ସକାଳ ୧୦ଟାରେ ଟାଇଫୁନ୍ ଜାପାନର ଓକିନାୱାର ପୂର୍ବରେ ପ୍ରାୟ ୨୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା ଏବଂ ରିୟୁକ୍ୟୁ ଦ୍ୱୀପପୁଞ୍ଜ ଆଡକୁ ଘଣ୍ଟାପ୍ରତି ପ୍ରାୟ ୨୨ କିଲୋମିଟର ବେଗରେ ପଶ୍ଚିମ-ଦକ୍ଷିଣ-ପଶ୍ଚିମକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଉଛି। ଅନ୍ୟପକ୍ଷରେ ୟୁଏସ ଜେଟିଡବ୍ଲୁସି ପୂର୍ବାନୁମାନ କରିଛି ଯେ ଆଗାମୀ ଦିନରେ ଏହି ସୁପର ଟାଇଫୁନ୍ ଏହାର କିଛି ଶକ୍ତି ହରାଇବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031