Legatus

ଛେଳି ବେପାରୀଙ୍କୁ ଗୁଳି କଲେ,୯ ଲକ୍ଷ ଧରି ଚମ୍ପଟ ମାରିଲେ

 Breaking News

ଛେଳି ବେପାରୀଙ୍କୁ ଗୁଳି କଲେ,୯ ଲକ୍ଷ ଧରି ଚମ୍ପଟ ମାରିଲେ

ଛେଳି ବେପାରୀଙ୍କୁ ଗୁଳି କଲେ,୯ ଲକ୍ଷ ଧରି ଚମ୍ପଟ ମାରିଲେ
April 13
10:06 2023

ସୁନ୍ଦରଗଡ଼/ଲେଫ୍ରିପଡ଼ା,୧୩/୪ : ଗୁରୁବାର ସକାଳେ ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଏକ ଗୁଳିକାଣ୍ଡ ଘଟିଛି। ଅଜ୍ଞାତ ଦୁର୍ବୃତ୍ତମାନେ ଏକ ଛେଳି ବେପାରୀଙ୍କୁ ଗୁଳି ମାରି ହତ୍ୟା କରି ପ୍ରାୟ ୯ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିବା କୁହାଯାଉଛି। ମୃତକ ଭଷ୍ମା ଥାନା ଶରଧାପାଲିର ବୋଲି ଜଣାପଡ଼ିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଛି।
ସୂଚନା ଅନୁସାରେ ଆଜି ସକାଳୁ ଶରଧାପାଲିର ଛେଳି ବେପାରୀଙ୍କ ସମେତ ୩ ଜଣ ବ୍ୟକ୍ତି ବାଇକ୍ ଯୋଗେ ଛେଳି କିଣିବାକୁ ହାଣ୍ଡିପାନି ଯାଉଥିଲେ।ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଜଣ ହେଲମେଟ ପିନ୍ଧା ଅଜ୍ଞାତ ଦୁର୍ବୃତ୍ତ ବାଇକରେ ଆସି ଧକ୍କା ଦେଇଥିଲେ। ଫଳରେ ଛେଳି ବେପାରୀଙ୍କ ବାଇକ୍ ପଡ଼ି ଯାଇଥିଲା। ବେପାରୀ ଲୁଟେରା ବୋଲି ଜାଣି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଜଣେ ଦୂର୍ବୃତ୍ତ ବନ୍ଧୁକ ବାହାର କରି ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।
ଗୁଳିଟି ବେପାରୀଙ୍କ ଛାତିରେ ଗଳି ଯାଇଥିବାବେଳେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣ ଚାଲିଯାଇଥିଲା। ଏହା ପରେ ଦୁର୍ବୃତ୍ତମାନେ ମୃତକଙ୍କ ହାତରୁ ଟଙ୍କାମୁଣି ନେଇ ଫେରାର ହୋଇଯାଇଥିଲେ।
ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଛେଳି ବେପାରୀଙ୍କ ପରିଚୟ ଜଣାପଡ଼ିଛି।ମୃତକ ହେଲେ ପ୍ରଭାତ ନାଏକ। ଘର ଝାରସୁଗୁଡା ଜିଲ୍ଲା ତାଲମୁଣ୍ଡା। ସେ ଶରଧାପାଲି ନିକଟ ଗୁଲଠାରେ ରହି ବେପାର କରୁଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930