Indus Valley Times

ଜଗଦୀଶ କାନୁନଗୋ ଓ ଜୟନ୍ତ ବେହେରାଙ୍କୁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ଘୋଷିତ

 Breaking News

ଜଗଦୀଶ କାନୁନଗୋ ଓ ଜୟନ୍ତ ବେହେରାଙ୍କୁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ଘୋଷିତ

ଜଗଦୀଶ କାନୁନଗୋ ଓ ଜୟନ୍ତ ବେହେରାଙ୍କୁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ଘୋଷିତ
September 06
19:38 2021

ଭୁବନେଶ୍ୱର, ୬/୯: ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୨୧ ମସିହା ପାଇଁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ଘୋଷିତ ହୋଇଛି। ଚଳିତବର୍ଷ ପାଇଁ ବିଶିଷ୍ଟ ଚିତ୍ରକର ଜଗଦୀଶ କାନୁନଗୋ ଓ ପ୍ରସିଦ୍ଧ ଘୁମୁରା ଶିଳ୍ପୀ ଜୟନ୍ତ ବେହେରା ସମ୍ମାନିତ ହେବେ। ଉଭୟଙ୍କୁ ମିଳିବ ଦେଢଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଫଳକ।
ପୂର୍ବରୁ ଏହି ପୁରସ୍କାର କେବଳ ଇଲା ପଣ୍ଡାଙ୍କ ନାମରେ ନାମିତ ଥିଲା। ଚଳିତବର୍ଷଠୁ ଏଥିରେ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ନାମ ସଂଯୁକ୍ତ ହୋଇଛି। ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଶାରଳା ପୁରସ୍କାର ପ୍ରଦାନ ଉତ୍ସବ। ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ।
ପୂର୍ବରୁ ଚଳିତ ବର୍ଷ ପାଇଁ ଘୋଷଣା ହୋଇଛି ଶାରଳା ପୁରସ୍କାର। ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ କଥାକାର ପାରମିତା ଶତପଥୀ ପାଇବେ ଶାରଳା ପୁରସ୍କାର।
ପ୍ରକାଶ ଥାଉକି, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡଃ ବଂଶୀଧର ପଣ୍ଡା ଓ ତାଙ୍କ ପତ୍ନୀ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଇସ୍ ଆଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ(ଇମ୍ପାକ୍ଟ) ଆନୁକୂଲ୍ୟରେ ୧୯୮୦ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଉଛି।
ଇମ୍ପାକ୍ଟର ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ହେଲା ‘ଏକଲବ୍ୟ ପୁରସ୍କାର’। ଯାହା ପ୍ରତିବର୍ଷ ଓଡ଼ିଶାର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରଦାନ କରାଯାଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031