Indus Valley Times

ଜଙ୍ଗଲ ଜମି ବେଆଇନ ଦଖଲ

 Breaking News

ଜଙ୍ଗଲ ଜମି ବେଆଇନ ଦଖଲ

ଜଙ୍ଗଲ ଜମି ବେଆଇନ ଦଖଲ
June 04
18:01 2023

ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ସାନହାମରା ଗ୍ରାମବାସି

By Biswa Bhusan Mohapatra

Nayagarh : ସୁରକ୍ଷିତ ରହୁନି ଜଙ୍ଗଲ ଜମି ଜ୍ଝ ମାତିଛନ୍ତି ଜବର ଦଖଲ କାରି ଜ୍ଝ ପତାକା ପୋତି ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ ଜ୍ଝ ଜଙ୍ଗଲ ଜମି ସୁରକ୍ଷା ନେଇ ଆଜି ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ମହୀପୁର ସର୍କଲ ମାଳିସାହି ଆରଆଇ ଅନ୍ତର୍ଗତ ସାନହାମରା ଗ୍ରାମର ବହୁବ୍ୟକ୍ତି ଆଜି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟକୁ ଆସି ଜଙ୍ଗଲ ଜମି ଜବର ଦଖଲ ସମ୍ପର୍କରେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଗ୍ରାମରେ ଥ‌ିବା ଜଙ୍ଗଲ କିସମ ଜାଗା କଣ୍ଟାବଣିଆଁ ଗ୍ରାମର ରାଘବ ନାୟକ ବେଆଇନ୍ ଜବର ଦଖଲ କରିଛନ୍ତି ।

ଗ୍ରାମର ପ୍ଳଟ ନଂ-୧୫୩, ୧୬୧ ଜାଗାକୁ ବଳ ପୂର୍ବକ ଦଖଲ କରୁଅଛି । ଏହା ପୂର୍ବରୁ ପ୍ଳଟ ନଂ-୨୯୯, ୩୩୧, ୨୯୮,୩୩୯,୩୦୩,୨୯୬,୨୯୫ ଜବର ଦଖଲ କରୁଥିବା ବ୍ୟକ୍ତି ମାନେ ଆଇନକୁ ମାନି ଜାଗାରୁ ଉଛେଦ ହୋଇଥିଲେ । କିନ୍ତୁ ଏହି ବ୍ୟକ୍ତି ଆଇନକୁ ଅମାନ୍ୟ କରି ବେଖାତିର ଜୋର ଜବରଦସ୍ତ ଦଖଲ କରୁଅଛି । ଏହି ବିଷୟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ନୂଆଗାଁ ତହସିଲଦାର, ଆରଆଇ ଏବଂ ଜଙ୍ଗଲ ବିଭାଗ ବନଖଣ୍ଡ ଅଧିକାରୀ, ଫରେଷ୍ଟର ଉପସ୍ଥିତ ରହି ସେହି ଜାଗା ଉଚ୍ଛେଦ କରିବା ବିଷୟରେ ଏବଂ ଜାଗା ଉଛେଦ କରିବା ପାଇଁ ନାଲି ପତାକା ମାରିଥିଲେ ।

ସେଥୁରେ ଓଡିଶା ସରକାରଙ୍କ ସମ୍ପତ୍ତି ଅନୁପ୍ରବେଶ ଦଣ୍ଡନୀୟ ବୋଲି ଲାଗିଥ୍‌ବା ଫଳକକୁ ଅଭିଯୁକ୍ତି ଫୋପାଡି ଦଖଲ କରି ଆସୁଥ‌ିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଆଦିବାସୀ ସଂପ୍ରଦାୟ ହୋଇଥିବାରୁ ସଦାସର୍ବଦା ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ଏବଂ ଲୋକମାନଙ୍କର ଜୀବନ ଯାପନ ଓ ଚଳପ୍ରଚଳ ସୁବିଧା ନହେବାରୁ ଅପ୍ରତିକିକର ପରିସ୍ଥିତି ସୃଷ୍ଟି ହେଉଅଛି । ତୁରନ୍ତ ଜଙ୍ଗଲ ଜମିରୁ ଜବର ଦାଖଲ କାରିକୁ ହଟାଇବା ପାଇଁ ଦାବି ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031