Indus Valley Times

ଜନ୍ମବେଦୀରୁ ବାହୁଡ଼ିଲେ ମହାବାହୁ; ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଲା ତିନି ରଥ, ଆସନ୍ତାକାଲି ସୁନାବେଶ

 Breaking News

ଜନ୍ମବେଦୀରୁ ବାହୁଡ଼ିଲେ ମହାବାହୁ; ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଲା ତିନି ରଥ, ଆସନ୍ତାକାଲି ସୁନାବେଶ

ଜନ୍ମବେଦୀରୁ ବାହୁଡ଼ିଲେ ମହାବାହୁ; ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଲା ତିନି ରଥ, ଆସନ୍ତାକାଲି ସୁନାବେଶ
June 28
20:20 2023

ପୁରୀ,୨୮/୬: ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା ବୁଧବାର ସନ୍ଧ୍ୟାରେ ଶେଷ ହୋଇଛି। ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ରଥାରୁଢ଼ ହୋଇ କାଳିଆ ସାଆନ୍ତ ଜନ୍ମବେଦୀରେ ଲୀଳାଖେଳା ସାରି ସିଂହଦ୍ବାର ସମ୍ମୁଖରେ ପହଞ୍ଚିଛନ୍ତି। ସିଂହଦ୍ବାର ସମ୍ମୁଖରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚି ଥିଲା।
ଶେଷରେ ନନ୍ଦିଘୋଷରେ ଶ୍ରୀଜଗନ୍ନାଥ ପହଞ୍ଚିଥିଲେ। ଲକ୍ଷାଧିକ ଭକ୍ତ ଶ୍ରଦ୍ଧାର ସହିତ ଶ୍ରୀଜିଉମାନଙ୍କ ତିନି ରଥକୁ ଶରଧାବାଲିରୁ ଶ୍ରୀମନ୍ଦିରର ସିଂହଦ୍ବାର ସାମ୍ନାକୁ ଟାଣି ଆଣିଥିଲେ। ବାହୁଡ଼ାଯାତ୍ରା ଶେଷ ହୋଇଯାଇଥିବା ବେଳେ ଆସନ୍ତାକାଲି (ଗୁରୁବାର) ସନ୍ଧ୍ୟା ପରଠାରୁ ବିଳମ୍ବିତ ରାତ୍ରିଯାଏଁ ରଥ ଉପରେ ଶ୍ରୀଜିଉମାନେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ରଥ ଉପରେ ଜୁନ୍ ୩୦ରେ ଅଧରପଣା ନୀତି ଓ ଜୁଲାଇ ୧ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
ଗତ ୨୦ ତାରିଖ ଶ୍ରୀଗୁଣ୍ଡିଚା ଦିନ ନୀତିକାନ୍ତି ବିଳମ୍ବ ଯୋଗୁଁ ଶରଧାବାଲିକୁ ତିନି ରଥ ପହଞ୍ଚି ପାରି ନଥିଲା। ଶ୍ରୀଗୁଣ୍ଡିଚାରେ କେବଳ ତାଳଧ୍ବଜ ଓ ଦର୍ପଦଳନ ପହଞ୍ଚି ଥିବା ବେଳେ ପରଦିନ (ଜୁନ୍ ୨୧)ରେ ପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ ପହଞ୍ଚିଥିଲେ। ଜୁନ୍ ୨୨ ତାରିଖ ସନ୍ଧ୍ୟାରେ ଶ୍ରୀଜିଉମାନଙ୍କୁ ଆଡ଼ପ ମଣ୍ଡପରେ ବିଜେ କରାଯାଇଥିଲା।
ଏହି ବିଳମ୍ବ କାରଣରୁ ଭକ୍ତମାନଙ୍କ ମନରେ ଅସନ୍ତୋଷ ଦେଖାଯାଇଥିଲା। ଏଥି ପାଇଁ ଆଜି ବାହୁଡ଼ାଯାତ୍ରାର ସମସ୍ତ ନୀତିକାନ୍ତି, ନିର୍ଦ୍ଧାରିତ ସମୟ ଆଗରୁ ସଂପନ୍ନ କରାଯାଇଥିଲା। ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଥିଲା। ପୂର୍ବରୁ ସ୍ଥିରୀକୃତ ହୋଇଥିଲା କି ଅପରାହ୍ନ ୪ଟା ସମୟରେ ରଥଟଣା ଆରମ୍ଭ ହେବ। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଅପରାହ୍ନ ପ୍ରାୟ ୧.୧୦ମିନିଟରେ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଥିଲା।
ସକାଳେ ନୀତିକାନ୍ତ ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ଶେଷ ହୋଇଥିଲା। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ତାପରେ ମାତା ସୁଭଦ୍ରା ଓ ଶେଷରେ ମହାବାହୁଙ୍କ ପହଣ୍ଡି ଶେଷ ହୋଇଥିଲା। ଗୁଣ୍ଡିଚା ଦିନ ପରି ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁରା ଶେଷ କରିବା ପରେ ରଥ ନିର୍ଦ୍ଦେଶକଙ୍କ ପରାମର୍ଶକ୍ରମେ ରଥଟଣା ଆରମ୍ଭ ହୋଇଥିଲା।
ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖଧ୍ୱନି ମଧ୍ୟରେ ଧୀରେ ଧୀରେ ଗଡ଼ିବାରେ ଲାଗିଥିଲା ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ। ରଥର ଚତୁଃପାର୍ଶ୍ୱରେ ପୁଲିସ ପକ୍ଷରୁ କର୍ଡନ କରାଯାଇଥିଲା। ଫଳରେ ବିନା କୌଣସି ଅସୁବିଧାରେ ଚାଲିଥିଲା ରଥଟଣା କାର‌୍ୟ୍ୟ। ତିନି ଠାକୁରଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥିଲେ ଭକ୍ତ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031