Indus Valley Times

ଜନ୍ମମାଟି ଅଭିମୁଖେ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର,ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

 Breaking News

ଜନ୍ମମାଟି ଅଭିମୁଖେ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର,ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

December 11
14:06 2021

ଭୁବନେଶ୍ୱର ୧୧।୧୨: ଓଡିଶାରେ ପହଞ୍ଚିଲା ରାଣା ପ୍ରତାପଙ୍କ ପାର୍ଥିବ ଶରୀର। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଓଡିଆ ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଛି ରାଣାପ୍ରତାପଙ୍କ ପାର୍ଥିବ ଶରୀର ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ଯବାନଙ୍କ ପାର୍ଥିବ ଶରୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାମିଲୁନାଡୁର କୁନ୍ନରୁରେ ବାୟୁସେନାର ହେଲିକପ୍ଟର କ୍ରାସ୍ ହୋଇଥିଲା । ଏଥିରେ ଦେଶର ସିଡିଏସ୍ ବିପିନ୍ ରାଓ୍ୱତଙ୍କ ସମେତ ୧୩ଜଣଙ୍କ ମୃତ୍ୟୁ ହୋଇଥିଲା ।
ସେହିପରି ଏହା ପରେ ତାଙ୍କ ଜନ୍ମମାଟି ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯିବ । ପାର୍ଥିବ ଶରୀର ଗାଁ ପରିକ୍ରମା କରାଯିବା ପରେ ଗାଁରେ ହିଁ ଶତ୍କାର ହେବ । ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ। ଗାଁର ପ୍ରବେଶ ପଥରେ ଏକ ଅସ୍ଥାୟୀ ଶ୍ମଶାନ ପ୍ରସ୍ତୁତ କରାଯାଇଛି । ସେଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ।
୨୦୧୭ ମସିହା ଜାନୁଆରୀରେ ଯେଉଁ ସ୍ଥାନରେ ରାଣା ପ୍ରତାପଙ୍କ ବାହାଘର ଭୋଜି ଭାତ ଆୟୋଜନ ହୋଇଥିଲା , ସେହି ସ୍ଥାନରେ ଏବେ ତାଙ୍କର ଦଶାହ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି ।
ତାମିଲନାଡ଼ୁ କୁନ୍ନୁରଠାରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ୍ ରାୱତଙ୍କ ସହ ଓଡ଼ିଆ ଯବାନ ରାଣାପ୍ରତାପ ଦାସ ସହିଦ ହୋଇଥିଲେ। ତାଳଚେରର ରାଣାପ୍ରତାପ ବାୟୁସେନା ବିଭାଗରେ ଜୁନିଅର ଓ୍ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031