Indus Valley Times

ଜନ୍ମ ବେଦୀରେ ଶ୍ରୀଜିଉ ; ଆଜିଠାରୁ ଭକ୍ତମାନଙ୍କୁ ମିଳିବ ଆଡପ ଅବଢ଼ା

 Breaking News

ଜନ୍ମ ବେଦୀରେ ଶ୍ରୀଜିଉ ; ଆଜିଠାରୁ ଭକ୍ତମାନଙ୍କୁ ମିଳିବ ଆଡପ ଅବଢ଼ା

July 14
08:08 2021

ଭୁବନେଶ୍ୱର,୧୪ /୭: ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ନଅ ଦିବସୀୟ ଯାତ୍ରାରେ ବାହାରିଥିବା ମହାପ୍ରଭୁ ଶ୍ରଜଗନ୍ନାଥ ଜନ୍ମବେଦୀରେ ପହଂଚିଛନ୍ତି । ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିର ପରିସରରେ ଥିବା ଜନ୍ମବେଦୀରେ ପହଂଚିଥିବାରୁ, ଆଡ଼ପମଣ୍ଡପରେ ଷାଠିଏ ପଉଟି ଭୋଗ ଲାଗି ହେବ । ଏଥି ସହିତ ଆଜିଠାରୁ ଭକ୍ତମାନଙ୍କୁ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ମିଳିବ । ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସ୍ଥାନୀୟ ପ୍ରଶାସନର କହିବା ଅନୁସାରେ ଭକ୍ତଙ୍କୁ ମହାପ୍ରସାଦ ଦେବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ଦକ୍ଷିଣ ଏବଂ ଉତ୍ତର ଦ୍ୱାରରେ ସେଡ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଯେପରି ସୁବିଧାରେ ଆଡ଼ପଅବଢ଼ା ପାଇପାରିବେ, ସେଥିପାଇଁ ପ୍ରଶାସନ ସ୍ୱତନ୍ତ୍ର ନଜର ରଖିବ । କିନ୍ତୁ ମହାପ୍ରସାଦ କିଣିବା ପୂର୍ବରୁ ଭକ୍ତଙ୍କୁ ସୁଆର ମହାସୁଆର ନିଯୋଗଙ୍କ ଠାରୁ ଟୋକନ ନେବାକୁ ପଡ଼ିବ । ଟୋକନ ନେବାକୁ ହେଲେ ଟଙ୍କା ଦେବାକୁ ପଡ଼ିବ ।
ଭକ୍ତମାନେ ଏଠାରେ ଖୋଲାଯାଇଥିବା ୨ଟି କାଉଣ୍ଟରରୁ ଟୋକନ କିଣିବା ପରେ ସେଡରେ ଲାଇନ୍ରେ ରହିବେ । ଭକ୍ତମାନେ ବ୍ୟକ୍ତିଗତ ସ୍ତରରେ ସୁଆର ମହାସୁଆର ନିଯୋଗ ସହିତ ଯୋଗାଯୋଗ କରି ଟୋକନ ନେଇପାରିବେ । ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ଆଡ଼ପଅବଢ଼ା ବର୍ଷରେ ଥରଟିଏ ମିଳିଥିାଏ । ତେଣୁ ଏହାକୁ ପାଇବା ପାଇଁ ଭକ୍ତମାନେ ଅପେକ୍ଷା କରିଥାନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031