Indus Valley Times

ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ : ବଡ଼ଭାଇକୁ ମାଡ଼ ମାରି ଠେଲି ଦେଲେ ନଦୀକୁ, ୩ ଅଟକ

 Breaking News

ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ : ବଡ଼ଭାଇକୁ ମାଡ଼ ମାରି ଠେଲି ଦେଲେ ନଦୀକୁ, ୩ ଅଟକ

ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ : ବଡ଼ଭାଇକୁ ମାଡ଼ ମାରି ଠେଲି ଦେଲେ ନଦୀକୁ, ୩ ଅଟକ
June 12
11:00 2022

କରଞ୍ଜିଆ, ୧୨/୬: ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କକୁ ଭୁଲିଗଲେ। ବଡ଼ ଭାଇକୁ ଠେଙ୍ଗାରେ ନିସ୍ତୁକ ପିଟିବା ସହ ମୁଣ୍ଡ ଓ ହାତକୁ ପଥରରେ ଛେଚି ନଦୀକୁ ଠେଲି ଦେଲେ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ସାହାରପାଟ ଗାଁରେ।
ଜମିଜମାକୁ କେନ୍ଦ୍ରକରି ଗତକାଲି ରାତିରେ ଗାଁର ତ୍ରିଲୋଚନ ଦେହୁରୀ ଓ ତାଙ୍କ ସାନ ଭାଇ ସର୍ବେଶ୍ୱର ଦେହୁରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ଝଗଡ଼ା ଚାଲିଥିବା ବେଳେ ସର୍ବେଶ୍ୱର ଉତ୍କ୍ଷିପ୍ତ ହୋଇ ବଡ଼ ଭାଇ ତ୍ରିଲୋଚନଙ୍କୁ ଠେଙ୍ଗାରେ ପିଟିଥିଲେ। ପରେ ସର୍ବେଶ୍ୱର, ତାଙ୍କ ସ୍ତ୍ରୀ ସୁନା, ପୁଅ ଶୁକ ଓ ୩ ଜଣ ଗ୍ରାମବାସୀ ମିଶି ତ୍ରିଲୋଚନଙ୍କୁ ଘୋଷାରି ଘୋଷାରି ନଦୀ କୂଳକୁ ନେଇ ଯାଇଥିଲେ।
ସେଠାରେ ସେମାନେ ତାଙ୍କ ମୁଣ୍ଡ ଓ ହାତକୁ ପଥରରେ ଛେଚି ନଦୀକୁ ଠେଲି ଦେଇଥିଲେ। ତ୍ରିଲୋଚନ ମରିଯାଇଥିବା ଭାବି ସର୍ବେଶ୍ୱର ଓ ଅନ୍ୟ ଅଭିଯୁକ୍ତମାନେ ସେଠାରୁ ପଳାଇ ଆସିଥିଲେ।
ଆଜି ସକାଳେ କିଛି ଗ୍ରାମବାସୀ ନଦୀ କୂଳରୁ ତ୍ରିଲୋଚନଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ତ୍ରିଲୋଚନଙ୍କୁ ପ୍ରଥମେ ଯଶୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏବେ କରଞ୍ଜିଆ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତ ସର୍ବେଶ୍ୱର, ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031