Indus Valley Times

ଜମିପାଇଁ ପଡ଼ୋଶୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା: ଅଭିଯୁକ୍ତ ଥାନାରେ ଅଟକ

 Breaking News

ଜମିପାଇଁ ପଡ଼ୋଶୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା: ଅଭିଯୁକ୍ତ ଥାନାରେ ଅଟକ

March 06
11:27 2023

ସୁନ୍ଦରଗଡ଼,୬/୩ : ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ପୋଡ଼ଶୀକୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତର ହାତୀସଲ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚଇତୁ ନାୟକ। ଅଭିଯୁକ୍ତ ଲକ ନାୟକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ଜମିବାଡ଼ି ବିବାଦକୁ ନେଇ ଚଇତୁ ଓ ଲକ୍ଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ଜମି ବାଡ଼ିକୁ ନେଇ ଚଇତୁ ଓ ଲକଙ୍କ ମଧ୍ୟ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ଲକ୍ ରାଗି ଯାଇ ଏକ କାଠ ଫାଳିଆ ଆଣି ଚଇତୁଙ୍କୁ ପିଟିପିଟି ହତ୍ୟା କରିଥିଲେ।
ଚଇତୁଙ୍କ ପରିବାର ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଅଭିଯୁକ୍ତ ଲକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

 

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30