Indus Valley Times

ଜମି ବିବାଦ ଗଣ୍ଡଗୋଳରେ ଜଣେ ମୃତ, ଦୁଇ ଗୁରୁତର

 Breaking News

ଜମି ବିବାଦ ଗଣ୍ଡଗୋଳରେ ଜଣେ ମୃତ, ଦୁଇ ଗୁରୁତର

ଜମି ବିବାଦ ଗଣ୍ଡଗୋଳରେ ଜଣେ ମୃତ, ଦୁଇ ଗୁରୁତର
March 23
16:11 2023

ଅନୁଗୋଳ,୨୩/୩ : ଜମିଜମା ବିବାଦକୁ ନେଇ ଘଟିଛି ତୁମୁଳୁକାଣ୍ଡ। ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛିଅନୁଗୋଳ ଜିଲ୍ଲା ଜରପଡ଼ାର ବଡ଼ ହିଂସର ଗାଁରେ।
ମୃତ ବ୍ୟକ୍ତି ଜଣଙ୍କ ହେଲେ ନବୀନା ସାହୁ। ତାଙ୍କ ସ୍ତ୍ରୀ ଅଶାନ୍ତି ସାହୁ ଓ ବାପି ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଶାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି।
ରଘୁନାଥ ସାହୁ ଓ ନବୀନ ସାହୁଙ୍କ ମଧ୍ୟରେ ଜମିଜମାକୁ ନେଇ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା। ଆଜି ସକାଳେ ସେହି ଜମାଜମାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ପରେ ଠେଙ୍ଗା ଓ ମାରାଣସ୍ତ୍ରରେ ଉଭୟ ପରିବାର ମଧ୍ୟରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ନବୀନଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଅଶାନ୍ତି ଓ ରଘୁନାଥଙ୍କ ପୁଅ ବାପି ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031