Indus Valley Times

ଜଷ୍ଟିସ ଉଦୟ ଉମେଶ ପରବର୍ତ୍ତୀ ପ୍ରଧାନ ବିଚାରପତି, ମୋହର ମାରିଲେ ରାଷ୍ଟ୍ରପତି

 Breaking News

ଜଷ୍ଟିସ ଉଦୟ ଉମେଶ ପରବର୍ତ୍ତୀ ପ୍ରଧାନ ବିଚାରପତି, ମୋହର ମାରିଲେ ରାଷ୍ଟ୍ରପତି

ଜଷ୍ଟିସ ଉଦୟ ଉମେଶ ପରବର୍ତ୍ତୀ ପ୍ରଧାନ ବିଚାରପତି, ମୋହର ମାରିଲେ ରାଷ୍ଟ୍ରପତି
August 10
18:57 2022

ନୂଆଦିଲ୍ଲୀ, ୧୦/୮: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଡଷ୍ଟିସ୍ ୟୁୟୁ ଲଳିତ। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର(ଅଗଷ୍ଟ୯) ଏକ ନୋଟିସ ଜାରି କରାଯାଇଛି। ଅଗଷ୍ଟ ୨୭ ତାରିଖରୁ ଜଷ୍ଟିସ ଲଳିତଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ନୋଟିସ୍ରେ କୁହାଯାଉଛି।
ଅଗଷ୍ଟ ୨୬ ତାରିଖରେ ସିଜେଆଇ ଏନ୍ଭି ରମଣାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ ୟୁୟୁ ଲଳିତ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିବେ।
ତେବେ ବଡ଼ କଥା ହେଉଛି ଜଷ୍ଟିସ ୟୁୟୁ ଲଳିତ ଆଉ ମାତ୍ର ଦୁଇ ମାସ ପରେ ନଭେମ୍ବର ୮ ତାରିଖରେ ଅବସର ଗ୍ରହଣ କରିବେ। ତେଣୁ ଅବସର ପୂର୍ବରୁ ତାଙ୍କୁ ସର୍ବୋଚ୍ଚ ବିଚାରପତି ଆସନରେ ନିଯୁକ୍ତି ମିଳିଛି। ସେ ମାତ୍ର ୭୪ ଦିନ ପାଇଁ ଏହି ଦାୟିତ୍ୱରେ ରହିବେ।
ଜଷ୍ଟିସ ରମଣାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବ ସେନେଇ ପରାମର୍ଶ ଦେବାକୁ ରମଣାକୁ ୨୦୨୨ ଅଗଷ୍ଟ ୩ ତାରିଖରେ ଜଣାଇଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ। ଏହାପରେ ରମଣା ତୁରନ୍ତ ଏହାର ଉତ୍ତର ଦେଇ ଜଷ୍ଟିସ୍ ଲଳିତଙ୍କୁ ପ୍ରଧାନ ବିଚାରପତି ବାଛିଥିଲେ।
୧୯୫୭ ମସିହା ନଭେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ଲଳିତ ଆଇନଜୀବୀ ଭାବେ ୧୯୮୩ରେ କେରିୟର ଆରମ୍ଭ କରିଥିଲେ। ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ କାର‌୍ୟ୍ୟରତ ଥିଲେ। ଏହାପରେ ଦିଲ୍ଲୀରେ କାର୍ଯ୍ୟକାଳ ଆରମ୍ଭ କରିଥିଲେ। ପରେ ୨୦୦୪ରେ ସେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଭାବେ ନିଯୁକ୍ତି ପାଇଥିଲେ।
ତେବେ ବାର୍ ଦ୍ୱାରା ସୁପ୍ରିମକୋର୍ଟର ବିଚାରପତି ମନୋନୀତ ହେବା ପୂର୍ବରୁ ଜଷ୍ଟିସ୍ ଲଳିତ ସିବିଆଇର ସ୍ପେସିଆଲ୍ ପବ୍ଲିକ ପ୍ରସିକ୍ୟୁଟର ଭାବେ କାର୍ଯ୍ୟରତ ଥିଲେ। ୨୦୧୪ ଅଗଷ୍ଟ ୧୩ ତାରିଖରେ ଜଷ୍ଟିସ୍ ଲଳିତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031