Indus Valley Times

ଜାଇଡସ କାଡିଲା ଆସନ୍ତା ସେପ୍ଟେମ୍ବର ସୁଦ୍ଧା କରୋନା ଟିକା ‘ଜାଇକୋଭ-ଡି’ର ପ୍ରଥମ ବ୍ୟାଚ୍ ଛାଡ଼ିବ ବଜାରକୁ

 Breaking News

ଜାଇଡସ କାଡିଲା ଆସନ୍ତା ସେପ୍ଟେମ୍ବର ସୁଦ୍ଧା କରୋନା ଟିକା ‘ଜାଇକୋଭ-ଡି’ର ପ୍ରଥମ ବ୍ୟାଚ୍ ଛାଡ଼ିବ ବଜାରକୁ

August 21
17:21 2021

ନୂଆଦିଲ୍ଲୀ, ୨୧/୮ : ଜାଇଡସ କାଡିଲା ଆସନ୍ତା ସେପ୍ଟେମ୍ବର ସୁଦ୍ଧା ନିଜର କରୋନା ଟିକା ଜାଇକୋଭ-ଡିର ପ୍ରଥମ ବ୍ୟାଚ୍ ବଜାରକୁ ଛାଡ଼ିବ । ସେପ୍ଟେମ୍ବର ଶେଷ ସୁଦ୍ଧା କମ୍ପାନି ପ୍ରାୟ ୩୦ରୁ ୪୦ ଲକ୍ଷ ମାତ୍ରା ଟିକା ଛାଡ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଅକ୍ଟୋବରଠାରୁ ମାସକୁ ୧ କୋଟି ମାତ୍ରା ଟିକା ଛାଡ଼ିବ ବୋଲି ଏହାର ଏମଡି ସର୍ବିଲ ପଟେଲ କହିଛନ୍ତି ।
ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବର୍ଷକୁ ୧୦ରୁ ୧୨ କୋଟି ମାତ୍ରା ଟିକା ଉତ୍ପାଦନ କରାଯିବ । ସରକାରୀ ନୀତି ଅନୁସାରେ ଉତ୍ପାଦିତ ଟିକାର ବୃହତ ଭାଗ ସରକାରଙ୍କୁ ପ୍ରଦାନ କରାଯିବ । ଏହାକୁ ସରକାର ସାର୍ବଜନୀନ ମାଗଣା ଟିକାକରଣ ପାଇଁ ବ୍ୟବହାର କରିପାରିବେ ।
ତେବେ ଉତ୍ପାଦିତ ଟିକାର କିଛି ଅଂଶ ସ୍କୁଲ, କଲେଜ ଓ ଘରୋଇ ସଂଗଠନମାନଙ୍କୁ ପ୍ରଦାନ କରାଯିବ । ସେ କହିଛନ୍ତି ଯେ ବୟସ୍କ ଲୋକମାନଙ୍କ ପରି ୧୨ରୁ ୧୮ ବର୍ଷ ବୟସର କିଶୋର କିଶୋରୀମାନଙ୍କୁ ମଧ୍ୟ ୩ଟି ମାତ୍ରା ଟିକା ନେବାକୁ ପଡ଼ିବ । ପ୍ରାୟ ୧୪ ଶହ ପିଲାଙ୍କ ଶରୀରରେ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହି ଟିକା ପିଲାମାନଙ୍କ ଶରୀରରେ ନିରାପଦ ଓ ଫଳପ୍ରଦ ।
ଭାରତୀୟ ଔଷଧ ମହାନିୟନ୍ତ୍ରକ ଗତ କାଲି ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031