Indus Valley Times

ଜାଡ଼ରେ ଥରିବ ଓଡ଼ିଶା, ୩ରୁ ୫ ଡିଗ୍ରୀ କମିବ ତାପମାତ୍ରା

 Breaking News

ଜାଡ଼ରେ ଥରିବ ଓଡ଼ିଶା, ୩ରୁ ୫ ଡିଗ୍ରୀ କମିବ ତାପମାତ୍ରା

ଜାଡ଼ରେ ଥରିବ ଓଡ଼ିଶା, ୩ରୁ ୫ ଡିଗ୍ରୀ କମିବ ତାପମାତ୍ରା
January 07
18:22 2023

ଭୁବନେଶ୍ୱର ,୭/୧: ଜାଡ଼ରେ ଆହୁରି ଦୁଇ ଦିନ ଥରିବ ରାଜ୍ୟର ଅଧିକାଂଶ ଜିଲ୍ଲା। ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ କମିବ। ଆଜି ଓ ଆସନ୍ତାକାଲି କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ରବିବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଝରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଶୀତର ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ରବିବାର ସକାଳ ସାଢ଼େ ୮ଟାରୁ ସୋମବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ସମ୍ୱଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଶୀତର ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ଜାଡ଼ ଯୋଗୁ ଜ୍ୱର, ଥଣ୍ଡା, କାଶ, ନାକରୁ ପାଣି ବାହାରିବା, ଛିଙ୍କ ପ୍ରଭୃତି ରୋଗ ହେବାର ସମ୍ଭାବନା ରହିଛି। ତେଣୁ ବୟସ୍କ ଓ ଛୋଟ ପିଲାଙ୍କ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ରାତି ଓ ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରୁହନ୍ତୁ। ଏହି ସମୟରେ ଦୁଇ ଚକିଆ ଯାନ ତଥା ଖୋଲା କାର୍ରେ ଯିବା ଆସିବା କରନ୍ତୁ ନାହିଁ। ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ସହ ଏକାଧିକ ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।
ଶୁକ୍ରବାର ରାତିରେ ରାଜ୍ୟର ୨୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ରହିଛି। ସେହି ସହର ଗୁଡ଼ିକ ହେଲା- ଝାରସୁଗୁଡ଼ାରେ ୫.୬ ଡିଗ୍ରୀ, ରାଉରକେଲାରେ ୬ ଡିଗ୍ରୀ, ସୁନ୍ଦରଗଡ଼ରେ ୭ ଡିଗ୍ରୀ, ଜି.ଉଦୟଗିରିରେ ୭ ଡିଗ୍ରୀ, ସେମିଳିଗୁଡ଼ାରେ ୭.୩ ଡିଗ୍ରୀ, ଚିପିଲିମାରେ ୭.୪ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮ଡିଗ୍ରୀ, ଢେଙ୍କାନାଳରେ ୮.୪ଡିଗ୍ରୀ, କେନ୍ଦୁଝରରେ ୮.୫ ଡିଗ୍ରୀ, ଫୁଲବାଣୀରେ ୮.୫ଡିଗ୍ରୀ, ସୋନପୁରରେ ୯ ଡିଗ୍ରୀ, ଅନୁଗୋଳରେ ୯ ଡିଗ୍ରୀ, ଭଦ୍ରକରେ ୯ ଡିଗ୍ରୀ, ତାଣୀତାଲରେ ୯.୨ ଡିଗ୍ରୀ,ମହିଷାପାଟରେ ୯.୪ ଡିଗ୍ରୀ, ବାରିପଦାରେ ୯.୬ ଡିଗ୍ରୀ, ବାଲେଶ୍ୱରରେ ୯.୭ ଡିଗ୍ରୀ, ଭବାନୀପାଟଣାରେ ୧୦ ଡିଗ୍ରୀ, କୋରାପୁଟ ୧୦ ଡିଗ୍ରୀ ଓ କେନ୍ଦ୍ରାପଡ଼ାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031