Indus Valley Times

ଜାମିନ ନାମଞ୍ଜୁର ପରେ ଜେଲ ଗଲେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ସେଜି ସିଂ ସାଲୁଜା

 Breaking News

ଜାମିନ ନାମଞ୍ଜୁର ପରେ ଜେଲ ଗଲେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ସେଜି ସିଂ ସାଲୁଜା

February 02
19:21 2023

ବଲାଙ୍ଗୀର,୨/୨: ସର୍ବସମ୍ମୁଖରେ ଗଣ୍ଡଗୋଳ କରିବା କଂଗ୍ରେସର କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜିଙ୍କୁ ମହଙ୍ଗା ପଡ଼ିଛି। ଫେବୃଆରୀ ୧ ତାରିଖ ରାତିରେ ପୁଲିସ୍ ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଆଜି ଜେଲ ହାଜତକୁ ପଠାଇ ଦିଆଯାଇଛି।
ସେଜି ଗିରଫ ହେବା ପରେ ଆଜି ପାଟନାଗଡ଼ ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଜାମିନ ଆବେଦନ ଖାରଜ କରିବାକୁ ତାଙ୍କୁ ଜେଲ ଯିବାକୁ ପଡ଼ିଛି।
ସେଜିଙ୍କ ସହ ତାଙ୍କର ଆଉ ୫ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲେ। ସେମାନଙ୍କୁ ମଧ୍ୟ କୋର୍ଟ ଆଜି ଜାମିନ ଦେଇ ନାହାନ୍ତି। ଫଳରେ ସେଜିଙ୍କ ସହ ସେମାନେ ମଧ୍ୟ ଜେଲ ଯାଇଛନ୍ତି।
ଆଜି ପୁଲିସ୍ ତାଙ୍କୁ କୋର୍ଟରେ ହାଜର କରିବା ପରେ ସେଜି କହିଛନ୍ତି, “ମୋତେ ଚକ୍ରାନ୍ତ କରି ଫସାଇ ଦିଆଯାଇଛି। ଆଲିସାନ ସିନେମା ହଲର କର୍ମଚାରୀଙ୍କୁ ପଚାରିଲେ ପ୍ରକୃତ ସତ ସାମ୍ନାକୁ ଆସିବ।” ତେବେ ସେଜିଙ୍କୁ କିଏ ଓ କାହିଁକି ଫସାଇବାକୁ ଚେଷ୍ଟା କରୁଛନ୍ତି, ସେକଥା ପୁଲିସ୍ ସ୍ପଷ୍ଟ କରିନି।
ଫେବୃଆରୀ ୧ ତାରିଖରେ ସେଜି ଓ ତାଙ୍କର କିଛି ବନ୍ଧୁ କଣ୍ଟାବାଞ୍ଜିରେ ଥିବା ‘ଆଲିସାନ’ ସିନେମା ହଲ୍କୁ ଫିଲ୍ମ ଦେଖିବା ପାଇଁ ଯାଇଥିଲେ। ଏହି ସମୟରେ କୌଣସି କାରଣ ପାଇଁ ସିନେମା ହଲ୍ ମାଲିକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏପରି କି ସେଜି ସାଙ୍ଗ ମାନଙ୍କ ସହ ମିଶି ହଲରେ ଭଙ୍ଗାରୁଜା ମଧ୍ୟ କରିଥିଲେ।
ଏନେଇ ନେଇ ସିନେମା ହଲ୍ ମାଲିକ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଜିଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲା। ହେଲେ ସେ ପୁଲିସଙ୍କ ସହ ମଧ୍ୟ ଯୁକ୍ତିତର୍କ କରିଥିଲେ। ଏହାପରେ ସେଠାରୁ ଘରକୁ ଚାଲି ଯାଇଥିଲେ।
ସେଜି ସେଠାରୁ ଚାଲି ଯାଇଥିଲେ ମଧ୍ୟ ସିନେମା ହଲ୍ ମାଲିକଙ୍କ ରାଗ ଶାନ୍ତ ହୋଇ ନଥିଲା। ସେ ସେହି ରାତିରେ ପୁଲିସ୍ରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଉକ୍ତ ଅଭିଯୋଗ ଆଧାରରେ ଫେବୃଆରୀ ୧ ରାତିରେ ହିଁ ତାଙ୍କୁ ଗିରଫ କରିଥିଲା। ସେଜିଙ୍କୁ ଗିରଫ କରିବା ପରେ ପୁଲିସ୍ ତାଙ୍କ ଜିମ୍ରେ ଚଢ଼ଉ କରିଥିଲେ। ଏହି ସମୟରେ ନଗଦ ୧୯ ଲକ୍ଷ ଟଙ୍କା ଓ ବିଭିନ୍ନ ଦାମୀ ବ୍ରାଣ୍ଡର ୧୭ ଲିଟର ମଦ ଜବତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031