Indus Valley Times

ଜାମ୍ମୁ-କାଶ୍ମୀର ଭୂସ୍ଖଳନ ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ :ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ୬ ଆହତ

 Breaking News

ଜାମ୍ମୁ-କାଶ୍ମୀର ଭୂସ୍ଖଳନ ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ :ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ୬ ଆହତ

October 30
11:44 2022

ଶ୍ରୀନଗର, ୩୦/୧୦: ଘାଟିରେ ଭୟଙ୍କର ଭୂସ୍ଖଳନ। ଜମ୍ମୁ-କଶ୍ମୀର କିସ୍ତିୱାଡା ଜିଲ୍ଲାରେ ଶନିବାର ଭୂସ୍ଖଳନ ହୋଇଛି। ନିର୍ମାଣାଧିନ ରତେଲ ବିଦ୍ୟୁତ ପ୍ରକଳ୍ପ ସାଇଟ୍ରେ ଭୂସ୍ଖଳନ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇଛି ଡୋଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଚେନାବ ନଦୀ ଉପରେ ହେଉଥିବା ଏହି ବିଦ୍ୟୁତ୍ ପ୍ରକଳ୍ପର କାମ ଚାଲିଥିବା ବେଳେ ହଠାତ୍ ଭୂସ୍ଖଳନ ଘଟିଥିଲା। ଫଳରେ କାମରେ ନିୟୋଜିତ ଥିବା ଏକ ଜେସିବି ସମେତ କିଛି ଶ୍ରମିକ ମାଟି ଅତଡା ତଳେ ଦବି ଯାଇଥିଲେ। ଏଥିରେ ଜେସିବି ଡ୍ରାଇଭରଙ୍କ ସମେତ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଉଦ୍ଧାର ପାଇଁ ମୁତୟନ ହୋଇଥିବା ୬ ଜଣ ମଧ୍ୟ ମାଟି ଅତଡ଼ା ତଳେ ଫସି ଯାଇଥିଲେ। ତେବେ ସେମାନଙ୍କୁ ଉଦ୍ଧାର କରାଯାଇଛି।
ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ଜିତେନ୍ଦ୍ର ସିଂହ। ପୀଡ଼ିତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ସମସ୍ୟା ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ସହିତ ସମ୍ପର୍କରେ ରହିଛି ବୋଲି ଶ୍ରୀ ସିଂହ ଟ୍ୱିଟ୍ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031