Indus Valley Times

ଜାଲ୍ ସାର୍ଟିଫିକେଟ୍ ଓ କୋଟିଆ ବିବାଦ ନେଇ ଗୃହରେ ହଟ୍ଟଗୋଳ : ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

 Breaking News

ଜାଲ୍ ସାର୍ଟିଫିକେଟ୍ ଓ କୋଟିଆ ବିବାଦ ନେଇ ଗୃହରେ ହଟ୍ଟଗୋଳ : ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଜାଲ୍ ସାର୍ଟିଫିକେଟ୍ ଓ କୋଟିଆ ବିବାଦ ନେଇ ଗୃହରେ ହଟ୍ଟଗୋଳ : ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
March 31
13:29 2023

ଭୁବନେଶ୍ବର,୩୧/୩: ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ଗୃହରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହେବା ଯୋଗୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୂନ୍ୟକାଳରେ ୫-ଟି ସ୍କୁଲକୁ କମ୍ପ୍ୟୁଟର ଯୋଗାଣ ପ୍ରସଙ୍ଗ ଉଠାଇ କହିଛନ୍ତି, ୫-ଟି ସ୍କୁଲଗୁଡ଼ିକୁ ଯୋଗାଇ ଦିଆଯାଇଥିବା
କମ୍ପ୍ୟୁଟରରେ ସୁବ୍ରତ ଛାଟୋଇଙ୍କ ଭୂମିକା କଣ? ଆଇଟି ସଚିବ ଏବଂ ୫-ଟି ସଚିବଙ୍କ ସହ ତାଙ୍କର କଣ ସମ୍ପର୍କ ରହିଛି? ଜାଲ ସାର୍ଟିଫିକେଟ ରାକେଟ ବଲାଙ୍ଗୀରରେ ଧରା ପଡିଛି। ତା ସହିତ ବଣିକ ଇନଷ୍ଟିଚ୍ୟୁଟ ର କଣ ସମ୍ପର୍କ ରହିଛି? ଗୃହରେ ଏ ନେଇ ସରକାର ଉତ୍ତର ରଖନ୍ତୁ।
ଠିକ୍ ସେହିପରି ବିରୋଧୀ ଦଳ ନେତା ରାଜ୍ୟର ସୀମା ବିବାଦ ପ୍ରସଙ୍ଗ ଉଠାଇ କହିଛନ୍ତି, କୋଟିଆ ଗ୍ରାମପୁଞ୍ଜ ଏବଂ ୨୧ ଗାଁରେ ଆନ୍ଧ୍ର ହସ୍ତକ୍ଷେପ କରୁଛି। ତାଙ୍କର ଉପ ମୁଖ୍ୟମନ୍ତ୍ରୀ ଆସି ସେ ଅଞ୍ଚଳର ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି। ଆନ୍ଧ୍ର ପକ୍ଷରୁ ବିଭିନ୍ନ ସହାୟତା ଦିଆଯାଉଛି। ମୁଖ୍ୟମନ୍ତ୍ରୀ କୋଟିଆ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ।ତାହା କୁଆଡ଼େ ଗଲା? ଅନ୍ୟ ରାଜ୍ୟ ସହିତ ବି ଓଡ଼ିଶାର ସୀମା ବିବାଦ ରହିଛି ସରକାର କଣ ପଦକ୍ଷେପ ନେଉଛନ୍ତି?
ଏଣେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଆସୁଛି। ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣେ ପୂର୍ବତନ ମନ୍ତ୍ରୀ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଫଟୋ ଭାଇରାଲ ହେଉଛି। ଅଭିଯୁକ୍ତ ସରକାରୀ କ୍ୱାର୍ଟରକୁ ଜବରଦଖଲ କରି ରଖିଥିବା ଅଭିଯୋଗ ହେଉଛି। ସରକାର କଣ ପଦକ୍ଷେପ ନେଇଛନ୍ତି?

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031