Indus Valley Times

ଜିଲ୍ଲାପାଳଙ୍କ ଦାୟିତ୍ଵ ଗ୍ରହଣ,ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ଗୁରୁତ୍ୱ

 Breaking News

ଜିଲ୍ଲାପାଳଙ୍କ ଦାୟିତ୍ଵ ଗ୍ରହଣ,ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ଗୁରୁତ୍ୱ

ଜିଲ୍ଲାପାଳଙ୍କ ଦାୟିତ୍ଵ ଗ୍ରହଣ,ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ଗୁରୁତ୍ୱ
January 31
10:46 2024

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୩୧/୧ : ୨୦୧୬ ବ୍ୟାଚ ଆଇଏଏସ ବିଶାଲ ସିଂହ କେନ୍ଦୁଝର ଜିଲାପାଳ ଭାବେ ମଙ୍ଗଳବାର ଅପରାହ୍ନରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ ସିଂହ ଦାୟିତ୍ଵଗ୍ରହଣ କରିବା ପୂର୍ବରୁ ଜିଲାର ଆରାଧ୍ୟ ଦେବୀ ମା ତାରିଣୀ ଏବଂ ରାଷ୍ଟ୍ର ଦେବ ପ୍ରଭୁ ବଳଦେବଜିଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାକୁ ପ୍ରାଧାନ୍ୟ ଦେବେବୋଲି କହିଛନ୍ତି।
ଏଥିସହ ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ହାତକୁ ନେଇଥିବା ପ୍ରକଳ୍ପକୁ ତ୍ଵରାନିତ କରି କିଭଳି ଜିଲା ବିକାଶରେ ସାମିଲ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବେବୋଲି କହିଛନ୍ତି।
ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲାରେ କିଭଳି ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରାଯିବ ସେଥିପ୍ରତି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସୂଚନାଯୋଗ୍ୟ ଯେ, ଶ୍ରୀ ସିଂହ ଏହା ପୂର୍ବରୁ ମାଲକାନଗିରି ଜିଲାପାଳ ଭାବେ କାର୍ଯ୍ୟରତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031