Indus Valley Times

ଜିଲ୍ଲାପାଳଙ୍କ ନିଷ୍ପତିକୁ ସାଧାରଣରେ ପ୍ରଶଂସା!!

 Breaking News

ଜିଲ୍ଲାପାଳଙ୍କ ନିଷ୍ପତିକୁ ସାଧାରଣରେ ପ୍ରଶଂସା!!

ଜିଲ୍ଲାପାଳଙ୍କ ନିଷ୍ପତିକୁ ସାଧାରଣରେ ପ୍ରଶଂସା!!
September 02
19:47 2022

Collector’s proactive steps for streamlining administration

By C B Singh

ରାୟଗଡ,୨/୯: ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ବିଭାଗର ସମୀକ୍ଷା ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲାପାଳ ତାହାସିଲ କାର୍ଯ୍ୟାଳୟ ଗୁଡିକରେ ହେଉଥିବା ବିଭଗୀୟ ଅବହେଳା,ଅନେକ ସମୟରେ କର୍ମଚାରୀ ମାନଙ୍କ ଅନୁପସ୍ଥିତି ଯୋଗୁଁ ଲୋକଙ୍କ ସହ ବିଭଗୀୟ କାମ ଯଥା ସ୍କୁଲ ପଟା, ବସ ଷ୍ଟାଣ୍ଡ,ଇତ୍ୟାଦି କାମ ବି ଅଗ୍ରସର ନହେବା ନେଇ କ୍ଷବୋ ପ୍ରକାଶ କରିବା ସହ ଆଗାମୀ ଦିନେ ଏଭଳି ସ୍ଥିତ ଯେମିତି ଉପୁଜେ ସେଥିପାଇଁ ତହସିଲଦାର ମନକୁ ତାଗିଦ କରିଥିଲେ ଏବଂ କାଶୀପୁର ତହସିଲଦାରଙ୍କ ସହ ଉକ୍ତ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଏକ ମାସ ଦରମା ବନ୍ଦ କରିବା ନିଷ୍ପତ୍ତି କୁ ବୁଦ୍ଧିଜୀବୀ ମହଲରେ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି ।
ଅପରପକ୍ଷରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଏହି ନିଷ୍ପତ୍ତି ପରେ ଏକ ଭିନ୍ନ ପ୍ରକାର ବାତାବରଣ ସୃଷ୍ଟି ହୋଇଛି । ବୈଠକରେ ଅନ୍ୟାନ୍ୟ ଆଲଚନା ମଧ୍ୟରୁ ,ରାଜସ୍ୱ ମାମଲାର ତଦନ୍ତପ୍ରକ୍ରିୟା ତୁରନ୍ତ ଫଇସଲା କରିବା, ପ୍ରତେକ ବ୍ଲକରେ ମିନି ଷ୍ଟାଡିୟମ ପାଇଁ ୫ଏକର ଜାଗା ଚିହ୍ନଟ ଏବଂ ପ୍ରଦାନ, ମେଡିକାଲ ସେଣ୍ଟର ପାଇଁ ଜାଗା ଚିନ୍ହଟ, ମିସନଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ପାଇଁ ରାୟଗଡ ତହସିଲଦାରଙ୍କୁ ଜାଗା ଚିନ୍ହଟ ଏବଂ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିଭଳି ଜଙ୍ଗଲ ଜମି ଗୁଡିକ ଚିହ୍ନଟ ଏବଂ ପ୍ରଦାନ ଖଣି ଖାଦାନ ନିମନ୍ତେ ହୋଇଥିବା ପ୍ରସ୍ତାବ ଉପରେ ଟେଣ୍ଡେର ପ୍ରକ୍ରିୟା ସରିବା ପରେ ବି ଫଇସଲା ଅଟକି ଥିବା ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ଫଇସଲା କରିବକୁ କୁହାଯାଇଥିଲା । ଏବଂ ଲାଇନ ଡ଼ିପାର୍ଟମେଣ୍ଟ ମାନଙ୍କ ଅଧିକାରୀଙ୍କ ସହ ଆଲୋଚନା କରି ଜାଗା ଚିନ୍ହଟ ପ୍ରକ୍ରିୟା କୁ ଗୋଟେ ମାସ ମଧ୍ୟରେ ସାରିବାକୁ କୁହାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାୟଗଡ଼ା ଶ୍ରୀ ସୋମନାଥ ପ୍ରଧାନଙ୍କ ସହ ଗୁଣୁପୁର ରାୟଗଡ଼ଜିଲ୍ଲାର ଉଭୟ ଉପ ଜିଲ୍ଲାପାଳ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031