Indus Valley Times

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ଜିଲ୍ଲାପାଳଙ୍କ ବିରୋଧରେ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ସିଡିଏମଓ

 Breaking News

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ଜିଲ୍ଲାପାଳଙ୍କ ବିରୋଧରେ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ସିଡିଏମଓ

February 24
20:05 2023

ବଗଗଡ଼,୨୪/୨: ମୁହାଁମୁହିଁ ହୋଇଛନ୍ତି ବଗଗଡ଼ ଜିଲ୍ଲାପାଳ ଓ ସିଡିଏମ୍ଓ। ଜିଲ୍ଲାପାଳଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ସିଡିଏମ୍ଓ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ଚିଠି ଲେଖିଛନ୍ତି। ଆଉ ଜିଲ୍ଲାପାଳଙ୍କ ବଦଳି ପାଇଁ ଚିଠିରେ ନିବେଦନ କରିଛନ୍ତି।
ବରଗଡ଼ ସିଡିଏମ୍ଓ ଡାକ୍ତର ଚାରୁବାଳା ରଥ ଗତ ୨୧ ତାରିଖରେ ଏକ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ ପାଇଁ ଯାଉଥିଲେ। ଠିକ୍ ସେହି ସମୟରେ ଅଚାନକ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ତାଙ୍କୁ ଫୋନ୍ କରି ଟେଣ୍ଡର ବିଷୟରେ କ’ଣ ହେଲା ବୋଲି ପଚାରିଥିଲେ? ସେ ସଙ୍ଗେ ସଙ୍ଗେ କହିଥିଲେ ପ୍ରୋସେସ୍ ଚାଲିଛି। ଡିପିଏମ୍ଙ୍କୁ ପଚାରି କହୁଛି ବୋଲି ଡାକ୍ତର ଚାରୁବାଳା କହିଥିଲେ। ଏଥିରେ ରାଗି ଯାଇ ଜିଲ୍ଲାପାଳ ଉଚ୍ଚ ପାଟିରେ ଚିତ୍କାର କରିଥିଲେ। ଆଉ କହିଥିଲେ, ଆପଣ କିଛି ଜାଣିନାହାନ୍ତି ତ ସେ ଚେଆରରେ କାହିଁକି ବସିଛ?
ଜିଲ୍ଲାପାଳଙ୍କ ଏପରି କଥା ସିଡିଏମ୍ଓ ଡାକ୍ତର ଚାରୁବାଳା ରଥଙ୍କୁ ବହୁ ବାଧିଥିଲା। ଜିଲ୍ଲାପାଳ ବାରମ୍ୱାର ଏପରି କହୁଛନ୍ତି। ଏଥିରେ ଅତିଷ୍ଠ ହୋଇ ସିଡିଏମ୍ଓ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ପାଇଁ ଚିଠିରେ ନିବେଦନ କରିଛନ୍ତି।
ସିଡିଏମ୍ଓଙ୍କ ଅଭିଯୋଗ ନେଇ ଜିଲ୍ଲାପାଳ ମୋନିଷା ବାନାର୍ଜୀ କହି କହିଛନ୍ତି, ଚିଠି ପଢ଼ିନଥିବାରୁ କିଛି କହିପାରିବି ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031