Indus Valley Times

ଜିଲ୍ଲା ର ସମସ୍ତ ଯାଦବ (ଗୋପାଳ)ଙ୍କ ସଂକଳ୍ପ ବୈଠକ

 Breaking News

ଜିଲ୍ଲା ର ସମସ୍ତ ଯାଦବ (ଗୋପାଳ)ଙ୍କ ସଂକଳ୍ପ ବୈଠକ

ଜିଲ୍ଲା ର ସମସ୍ତ ଯାଦବ (ଗୋପାଳ)ଙ୍କ ସଂକଳ୍ପ ବୈଠକ
April 03
11:24 2023

By Sudam Patra
ବାଲେଶ୍ୱର,୩/୪: ରବିବାର ,ସ୍ଥାନୀୟ ” ଟପ୍ ଏଣ୍ଡ ଟେଷ୍ଟୀ ” ହୋଟେଲ ସ୍ତିତ ମିଟିଂ ହଲ ରେ ବାଲେଶ୍ଵର ଜିଲ୍ଲା ର ସମସ୍ତ ମୁଖ୍ୟ ମୁଖ୍ୟ ନେତ୍ରୁ ସ୍ତରୀୟ ଯାଦବ (ଗୋପାଳ) ମାନଙ୍କର ଏକ ସଂକଳ୍ପ ବୈଠକ ଅନୁଷ୍ଠିତ ହେଇ ଯାଇ ଅଛି ।
ଉକ୍ତ ବୈଠକ ରେ ଆଗାମୀ ଦିନ ରେ ଜିଲ୍ଲା ର ସମସ୍ତ ଯାଦବ (ଗୋପାଳ) ମାନେ ଏକ ଛାତ ତଳେ ଓ ଏକ ହିଁ ବେନର ରେ ସମସ୍ତ ଧାର‌୍ୟ୍ୟ କାର‌୍ୟ୍ୟକ୍ରମ ଯଥା କୃଷ୍ଣୟାନ (ନନ୍ଦୋତ୍ସବ), ଦଶହରା ରେ ଆଖଡ଼ା, ଗିରି ଗୋବର୍ଦ୍ଧନ ପୂଜା ଇତ୍ୟାଦି ଅନ୍ୟାନ୍ୟ କାର‌୍ୟ୍ୟକ୍ରମ ସାଙ୍ଗକୁ ନିଜ ଜାତିକୁ ଓବିସୀ ବ୍ୟବସ୍ଥା ରେ ଅନ୍ତର୍ଭୁକ୍ତ କରିବା ପରି ଆବଶ୍ୟକୀୟ କାର‌୍ୟ୍ୟକ୍ରମ ମାନ ଏକ ହୋଇ ଏକମାତ୍ର ରେଜିଷ୍ଟ୍ରେସନ୍ ଭୁକ୍ତ ସଂଗଠନ ଦ୍ଵାରା ସମ୍ପର୍ନ୍ନ କରିବାକୁ ସଂକଳ୍ପ ନେଲେ ।
ଉକ୍ତ ବୈଠକ ରେ ଶେଷ ପର‌୍ୟ୍ୟନ୍ତ ଉପସ୍ଥିତ ରହି ଏକ ପ୍ରୀତି ଭୋଜନ ରେ ଯୋଗଦାନ ଅବସରରେ ପୂର୍ବତନ ବିଚାରପତି ଶ୍ରୀ ଭାଗିରଥି ବାରିକ, ଶ୍ରୀ ପ୍ରଭାସ ଦାସ, ବିଜୟ ମହାପାତ୍ର, ଅଶୋକ ଦାସ , ସୁରଞ୍ଜନ ଦାସ, ସୁସୋଭନ ବାରିକ, ଅଜୟ ବାରିକ,ବିବ୍ଲବ୍ କେଶରୀ ଯାଦବ , ରମେଶ ବେହେରା , ରାଜେଶ ମହାକୁଡ , ପୂର୍ଣ୍ଣଚନ୍ଦ୍ର ଦାସ, ଅଞ୍ଜନ ବାରିକ, ମାଧବାନନ୍ଦ ଦାସ,। ରବୀନ୍ଦ୍ର ମହାକୁଡ, ଶଙ୍କର୍ଷଣ ବାରିକ, ଜଗନ୍ନାଥ ଦାସ, ରାଜକିଶୋର ଦାସ, ନାରାୟଣ ଦାସ, ରବୀନ୍ଦ୍ର ବେହେରା, ଅବସ ଦାସ, ପୁରୁଷୋତ୍ତମ ବାରିକ, ବିଜ୍ଵଜିତ୍ ମହାପାତ୍ର , ଅଶ୍ଵିନୀ କୁମାର ଦାସ ଓ ନିଶିତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930