Indus Valley Times

ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଫେବୃଆରୀ ତା ୨୧ ରୁ ୨୪ ରିଖ ପର୍ଯ୍ୟନ୍ତ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି

 Breaking News

ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଫେବୃଆରୀ ତା ୨୧ ରୁ ୨୪ ରିଖ ପର୍ଯ୍ୟନ୍ତ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି

ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଫେବୃଆରୀ ତା ୨୧ ରୁ ୨୪ ରିଖ ପର୍ଯ୍ୟନ୍ତ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି
February 07
19:27 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୭/୨: ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଫେବୃଆରୀ ତା ୨୧ ରୁ ୨୪ ରିଖ ପର୍ଯ୍ୟନ୍ତ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି ।ଜିଲ୍ଲାପାଳ ଏକ ପ୍ରେସମିଟ ଜରିଆରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉପରେ ଏକ ବିବରଣୀ ପ୍ରଦାନ କରିଛନ୍ତି। ଏଥିରେ କୃଷକମାନେ କିପରି କୃଷି ଯନ୍ତ୍ରପାତି କିପରି ସୁଲଭ ଦରରେ କିଣି ପାରିବେ ତାହା ଉପରେ ଆଲୋକପାତ କରିଥିଲେ।
ନୟାଗଡ଼ ଦକ୍ଷିଣକାଳୀ ପଡ଼ିଆରେ ଫେବୃଆରୀ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବାକୁ ଯାଉଛି।
ଚାଷୀ ଭାଇ ଓ ଭଉଣୀ ତଥା ସ୍ବୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦନ ସଂଗଠନ (ୠଚଙ) ମାନଙ୍କର କୃଷି ଏବଂ ଆନୁସଂଗିକ କାର‌୍ୟ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇ ଦେବା ଏହି କୃଷି ମେଳାର ଲକ୍ଷ୍ୟ ।
ଉକ୍ତ ମେଳାରେ ସମସ୍ତ କୃଷି ଯନ୍ତ୍ରପାତି ବିକ୍ରେତା ,ଉତ୍ପାଦନକାରୀ ସଂସ୍ଥା, କୃଷି ଋଣ ପ୍ରଦାନକାରୀ ସଂସ୍ଥା, କୃଷି ଏବଂ ଆନୁସଂଗିକ ବିଭାଗର ଅଧିକାରୀ, କର୍ମଚାରୀ ତଥା ମିଶନ ଶକ୍ତି, ଓଡ଼ିଶା ଜିବୀକା ମିଶନ, ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ଲି, ଓଡ଼ିଶା କୃଷି ଶିଳ୍ପ ନିଗମ ଲିଃ ତଥା ପଞ୍ଚାୟତରାଜ ସଂସ୍ଥାମାନେ ଉପସ୍ଥିତ ରହି କୃଷି କାର୍ଯ୍ୟନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର ଯନ୍ତ୍ରପାତି ଏବଂ ଉପକରଣ ରିହାତି ମୂଲ୍ୟରେ ସହଜରେ ଚାଷୀମାନଙ୍କୁ ଯୋଗାଇବାର ବ୍ୟବସ୍ଥା ରହିଛି ।
ବ୍ୟବସ୍ଥା ଅନୁଯାୟୀ ସାଧାରଣ ବର୍ଗର ଚାଷୀଙ୍କ ପାଇଁ ଶତକଡ଼ା ୪୦ ଭାଗ, ଅନୁସୂଚିତଜାତି, ଜନଜାତି ,ମହିଳା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଶତକଡ଼ା ୫୦ ଭାଗ ଏଵଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଲାଗି ଶତକଡ଼ା ୭୫ ଭାଗ ରିହାତି ର ବ୍ୟବସ୍ଥା ରହିଛି। ଏହା ସହ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା , ବ୍ୟବହାର, ରକ୍ଷଣାବେକ୍ଷଣ , ସରକାରୀ ରିହାତି ତଥା ନୂତନ କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ ଜ୍ଞାନ କୌଶଳ ସମ୍ବନ୍ଧରେ ତାଲିମ ପାଠଶାଳା ମାଧ୍ୟମରେ ପ୍ରତିଦିନ ୧୦୦ ଚାଷୀଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି । ଏଥିସହ ବିଭିନ୍ନ କୃଷିଭିତ୍ୟିକ ଯୋଜନା ଯଥା – ଓଡ଼ିଶା ମିଲେଟ୍ ମିଶନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଜଳନିଧି, ସୌର ଜଳନିଧି ଇତ୍ୟାଦି ଯୋଜନା ସମ୍ବନ୍ଧରେ ସଚେତନତା କରାଯିବାର ବ୍ୟବସ୍ଥା ରହିଛି । ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ତତ୍କାଳ ବୁକିଂ ଜାରି ରହିଅଛି ।
ନୟାଗଡ଼ ଜିଲ୍ଲାପାଳ ସୁନାନଟିଠାରେ ଗ୍ୟାସ ପାଇପ ଲାଇନ କାର୍ଯ୍ୟ ଚାଲିଥିବା ବେଳେ ଘଟିଥିବା ଦୁର୍ଘଟଣାରେ ୨ ମୃତ ଓ ଜଣେ ଗୁରୁତର
ନୟାଗଡ,୭/୨: ସୋମବାର ନୟାଗଡ଼ ଜିଲ୍ଲାପାଳ ସୁନାନଟିଠାରେ ଗତ ତା ୪.୨.୨୩ରିଖ ସଂଧ୍ୟା ଘ ୫.୩୦ମିନିଟ ସମୟରେ ଗ୍ୟାସ ପାଇପ ଲାଇନ କାର୍ଯ୍ୟ ଚାଲିଥିବା ବେଳେ ଘଟିଥିବା ଦୁର୍ଘଟଣାରେ ମହାରାଷ୍ଟ୍ରର ଦୁଇ ଜଣ କୁଶଳୀ ଶ୍ରମିକ ଯଥା; ସୋନୁ ୱାଙ୍ଗଡେ ଓ ବିଜୟ ସିଭାରି ଗାଙ୍ଗୁଲ ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ ଆହତ ହୋଇଥିବା ଶ୍ରମିକ ଯଥା; ସୁନିଲ କୁମାର ଯାଦବ , ରାମସିଂ ଉତମସିଂ ମୋରେ ଓ ଆୟୁନ କରିମ୍ ପଟେଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବିଷୟକୁ ନେଇ ନୟାଗଡ ଉପଜିଲ୍ଲାପାଳ, ସାଧାରଣ ପରିଚାଳକ ଗେଲ ଇଣ୍ଡିଆ ଲିମିଟେଡ଼, ପ୍ରକଳ୍ପ ପ୍ରବନ୍ଧକ ଆଡଭାନ୍ସ ଇନଫ୍ରାଷ୍ଟକ୍ଚର ଓ ମେକନ ଲିମିଟେଡ଼ କତୃପକ୍ଷ ଙ୍କ ସହିତ ଆଲୋଚନା କରି ସ୍ଥିତି ର ସମୀକ୍ଷା କରିଥିଲେ।
ବୈଠକରେ ଆଡଭାନ୍ସ ଇନଫ୍ରାଷ୍ଟକ୍ଚର ପ୍ରାଇଭେଟ୍ ଲିମିଟେଡର ପ୍ରକଳ୍ପପ୍ରବନ୍ଧକ ଙ୍କ କହିବା ଅନୁସାରେ ଗ୍ୟାସ ପାଇପ୍ ଲାଇନର ସଫେଇ କାର୍ଯ୍ୟ ଚାଲୁ ରହିଥିବା ସମୟରେ ଦୁର୍ଘଟଣା ବଶତଃ ଗ୍ୟାସ ପାଇପ ଲାଇନ ମଧ୍ୟରେ ମହଜୁଦୁ ଥିବା ମାଟି କାଦୁଅ ଓ ଅନ୍ୟାନ୍ୟ ଆବର୍ଜନା ହଟାତ କ୍ଷୀପ୍ର ଗତିରେ ନିଷ୍କାସନ ହେବା ଫଳରେ ଅଘଟଣ ଘଟିଥିଲା।
କମ୍ପାନୀ ତରଫରୁ ମୃତ ଶ୍ରମିକଙ୍କ ପରିବାରକୁ ଆବଶକୀୟ କ୍ଷତିପୂରଣ ଅର୍ଥ ରାଶି ଯଥାଶୀଘ୍ର ପ୍ରଦାନ କରାଯିବା ସହ ସେମାନଙ୍କ ମର ଶରୀରକୁ ନିଜ ଗ୍ରାମକୁ ପଠାଇବା ବ୍ୟବସ୍ଥାରେ ଯାହା ଖର୍ଚ୍ଚ ଲାଗିବ କମ୍ପାନୀ ତରଫ ରୁ ବହନ କରାଯିବ। ଏତଦବ୍ୟତୀତ କ୍ଷତିଗ୍ରସ୍ତ ପରିବାର ଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ଅର୍ଥ ରାଶି ଓ ଆବଶ୍ୟକୀୟ ସହାୟତା ପ୍ରଦାନ ପାଇଁ ଜିଲ୍ଲପାଳ, ଜିଲ୍ଲା ଶ୍ରମ ଅଧିକାରୀ ଓ ପ୍ରକଳ୍ପ ପ୍ରବନ୍ଧକ ଏ.ଆଇ.ପି.ଏଲ ଙ୍କୁ ନିର୍ଦ୍ଦେଶ ପ୍ରଦାନ କଲେ ।
ନୟାଗଡ ଜିଲ୍ଲାପାଳଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆହତ ଶ୍ରମିକଙ୍କ ହାଲଚାଲ ବୁଝି ଚିକିତ୍ସାଅଧିକାରୀ ଙ୍କୁ କିଭଳି ଶ୍ରୀମିକମନେ ଶ୍ରିଘ୍ର ଆରୋଗ୍ୟଲାଭ କରିବେ ତାହା ବିଷୟରେ ଆଲୋଚନା କରିଥିଲେ । ଚିକିତ୍ସାଅଧିକାରୀ ଆହତ ଶ୍ରମିକ ବିପଦମୁକ୍ତ ଅଛନ୍ତି ବୋଲି ଅବଗତ କରାଇଥିଲେ।
ଜିଲ୍ଲାପାଳ ଗେଲ ଆଡଭାନ୍ସ ଇନ୍ଫାଷ୍ଟକ୍ଚର ପ୍ରାଇଭେଟ୍ ଲିଃକୁ ଆଗାମି ଦିନରେ କାର୍ଯ୍ୟ ଚାଲୁ ରହିବା ସମୟରେ ଯଥେଷ୍ଟ ମାତ୍ରାରେ ସୁରକ୍ଷା ଓ ନିରାପତ୍ତା ପ୍ରତି ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ନୟାଗଡ ଜିଲ୍ଲାରେ ଆଧାର କାର୍ଡ ଅପଡେଟ୍ କାର୍ଯ୍ୟକ୍ରମ ଆରମ୍ଭ
ନୟାଗଡ଼,୭/୨:ନୟାଗଡ ଜିଲ୍ଲାପାଳ ଆଜି ସାମ୍ବାଦିକ ସମ୍ମିଳନୀ କରି ନୟାଗଡର ଜନସାଧାରଣଙ୍କର କିପରି ଆଧାର କାର୍ଡ ସଂଶୋଧନ କରା ଯାଇପାରିବ ତାହା ଉପରେ ସଦଭାବନା ଗୃହରେ ଏକ ବିବୃତି ରଖିଥିଲେ। ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଯେଉଁ ବ୍ୟକ୍ତିମାନେ ନିଜର ଆଧାର କାର୍ଡ ୨୦୧୪ ମସିହା ପୂର୍ବରୁ କରାଇଛନ୍ତି । ସେମାନଙ୍କର ଆଧାର କାର୍ଡ ୧୦ ବର୍ଷ ପୂରଣ ହୋଇଥିବାରୁ
ତାହାକୁ ଅପଡେଟ୍ କରିବାର ଆବଶ୍ୟକତା ଅଛି ।
ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିର୍ଦ୍ଧାରିତ ଆଧାର କେନ୍ଦ୍ରରେ ୫୦ ଟଙ୍କା ମୂଲ୍ୟଦେଇ ତଥା ନିଜର ପରିଚୟ ପ୍ରମାଣ (ଚକ୍ଟକ୍ଷ) ଯଥା ଭୋଟର୍ କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାସପୋର୍ଟ, ଡ଼ିସାବିଲିଟି ଓଊ କାର୍ଡ, ମନରେଗା ଜବ୍ କାର୍ଡ, ଲେବର କାର୍ଡ ଏହା ମଧ୍ୟରୁ କୌଣସି ଗୋଟେ ଏବଂ ଠିକଣା ପ୍ରମାଣ (ଚକ୍ଟଇ) ଯଥା ଭୋଟର୍ କାର୍ଡ, ରାସନ କାର୍ଡ, ପାସପୋର୍ଟ, ବ୍ୟାଙ୍କ ପାସବୁକ, ଭୋଟର କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ , ୱାଟର ବିଲ, ଗ୍ୟାସ କନେକ୍ସନ କାର୍ଡ,ଇଲେଟ୍ରିସିଟି ବିଲ ଶେଷ ତିନି ମାସ ମଧ୍ୟରୁ , ଲେବର କାର୍ଡ, ଏହା ମଧ୍ୟରୁ କୌଣସି ଗୋଟେ ଦେଖାଇ ନିଜର ଆଧାର କାର୍ଡ ଅପଡେଟ୍ କରିବାକୁ ପଡିବ ।
ସଂପୃକ୍ତ ବ୍ୟକ୍ତିମାନେ ବ୍ଲକ ଅଫିସ, ମୁସିପାଲିଟି/ ଏନ୍.ଏ.ସି ଅଫିସ, ବ୍ଲକ ଏଜୁକେସନ ଅଫିସ ଏବଂ ସମସ୍ତ ସି.ଡି.ପି.ଓ ଅଫିସରେ ନିଜେ ନିଜର ଆଧାର ଅପଡେଟ୍ କରାଇ ପାରିବେ । ଏହି ସୁବିଧା ପୋଷ୍ଟ ଅଫିସ ଏବଂ ନିର୍ଦିଷ୍ଟ କେତେକ ବ୍ୟାଙ୍କ କାର୍ଯ୍ୟଳୟରେ ମଧ୍ୟ ଉପଲବ୍ଧ ଅଛି ।
ନୟାଗଡରେ ଫାଇଲେରିଆ ନିରାକରଣ ଅଭିଯାନ
ନୟାଗଡ଼,୭/୨:ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ସି.ଡି.ଏମ.ଓ ମକରନ୍ଦ ବେଉରା ଫାଇଲେରିଆ ନିରାକରଣ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ କରି କିପରି ଲୋକମାନଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚିବ ଏହା ଉପରେ କିଛି ବିବୃତ୍ତି ଦେଉଛନ୍ତି।
ତା ୧୦/୦୨/୨୦୨୩ରିଖ ଠାରୁ ତା ୧୯/୦୨/୨୦୨୩ରିଖ ପର୍ଯ୍ୟନ୍ତ ଆମ ନୟାଗଡ ଜିଲ୍ଲାରେ ଫାଇଲେରିଆ ନିରାକରଣ ନିମନ୍ତେ ଏକକାଳୀନ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଏଥିରେ ଗର୍ଭବତୀ ମହିଳା ଓ ୨ ବର୍ଷରୁ କମ୍ ଶିଶୁ ଏହି କାର‌୍ୟ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି ସି.ଡି.ଏମ.ଓ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମ ମଧ୍ୟରେ ‘ଡି. ଇ. ସି’ ବଟିକା ସହ ‘ଆଲବେଣ୍ଡାଜୋଲ’ ବଟିକା ବୟସ ଅନୁପାତରେ ଗୋଟିଏ ମାତ୍ରାର ଔଷଧ ଲୋକମାନଙ୍କୁ ପ୍ରଶିକ୍ଷିତ ଓ ଦକ୍ଷ ଔଷଧ ପ୍ରଦାନକାରୀମାନେ ପ୍ରତ୍ୟକ୍ଷ ଭାବରେ ଖାଇବାକୁ ଦେବେ ।
ଏହି ଔଷଧ ପ୍ରଦାନକାରୀମାନେ ହେଲେ – ଆଶାକର୍ମୀ, ଅଙ୍ଗନୱାଡ଼ିକର୍ମୀ ଓ ସ୍ଵେଚ୍ଛାସେବୀ । ଏହି ଔଷଧ ଏକ ନିରାପଦ ଔଷଧ ଅଟେ ଏବଂ ଏହାର ସାଧାରଣତଃ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ।
ଏହାକୁ ଯେକୌଣସି ସମୟରେ କିଛି ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍, ନୁହେଁ କି ଯେ ପେଟ ପୁରା ଖାଦ୍ୟ ଖାଇବା ଆବଶ୍ୟକ । ଯାହାଙ୍କ ଦେହରେ ପୂର୍ବରୁ ଫାଇଲେରିଆ କୀଟାଣୁ ଥିବେ ଏହି ଔଷଧ ଖାଇଲା ପରେ ସେହି କୀଟାଣୁ ଗୁଡ଼ିକ ତୁରନ୍ତ ମରିଯିବା ହେତୁ ସାମାନ୍ୟ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ, ଯଥା :- ଦେହରେ ନାଲି ନାଲି ଫଳିଯିବା, ସାମାନ୍ୟ ମୁଣ୍ଡ ବୁଲେଇବା, ବାନ୍ତି ବାନ୍ତି ଲାଗିବା କିମ୍ବା ବାନ୍ତି ହେବା, କୌଣସି ଗଣ୍ଠି ପାଖ ହଠାତ୍ ଫୁଲିଯିବା, ଯାହା କିଛି ସମୟ ପରେ ଆପେ ଆପେ ଭଲ ହୋଇଯାଇଥାଏ ।
ଏହା କୌଣସି କ୍ଷତିକାରକ ବା ଖରାପ ଲକ୍ଷଣ ନୁହେଁ । ଯାହାଙ୍କ ଠାରେ ସେପରି ଦେଖାଦେବ ତାଙ୍କର ଆଶୁ ଚିକିତ୍ସା ବ୍ୟବସ୍ଥା ମଧ୍ୟ ରହିଛି ବୋଲି ସି.ଡି.ଏମ.ଓ ମକରନ୍ଦ ବେଉରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031