Indus Valley Times

ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ, କ୍ୟାନସରରେ ଥିଲେ ପୀଡିତ

 Breaking News

ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ, କ୍ୟାନସରରେ ଥିଲେ ପୀଡିତ

ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ, କ୍ୟାନସରରେ ଥିଲେ ପୀଡିତ
July 21
11:17 2022

ଭୁବନେଶ୍ୱର,୨୧/୭: ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା।
ଗତକାଲି ରାତିରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୨ଟା୨୫ମିନିଟ୍ରେ ରାଜେଶ୍ୱରୀଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।
ରାଜେଶ୍ୱରୀ ବ୍ରେନ ଓ ଫୁସ୍ଫୁସ୍ କ୍ୟାନସରରେ ପୀଡ଼ିତ ହୋଇଥିବା ନେଇ ୨୦୧୯ ମସିହାରେ ଫେସ୍ବୁକ୍ ପେଜ୍ରେ ସୂଚନା ଦେଇଥିଲେ। ଏହାପରେ ସେ ଚିକିତ୍ସାଧୀନ ଥିବା ବେଳେ ସୁସ୍ଥ ହୋଇ ଆସୁଥିଲେ। ଦୀର୍ଘ ଦିନ ହେଲା କ୍ୟାନସର ସହ ଲଢେଇ ଜାରି ରଖିଥିବା ବେଳେ ଗତକାଲି କିନ୍ତୁ ସେ ଏହି ଯୁଦ୍ଧରେ ହାରି ଯାଇଛନ୍ତି।
ରାଜେଶ୍ୱରୀ ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’, ‘ଆରେ ସାଥୀ ଆ’, ‘ବ୍ଲାକ୍ମେଲ୍’ରେ ସେ ଜବରଦସ୍ତ ଅଭିନୟ କରିଥିଲେ। ସେହିପରି ଧାରାବାହିକ ‘ଉଆଁସୀ କନ୍ୟା’, ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍କୁମ୍’ ଇତ୍ୟାଦିରେ ରାଜେଶ୍ୱରୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଧାରାବାହିକ ଉଆଁସି କନ୍ୟାରେ ଅଳକା ଚରିତ୍ରରେ ସେ ଅଭିନୟ କରିଥିଲେ। ଅଳକା ନାଁରେ ଘରେ ଘରେ ପରିଚିତ ଥିଲେ। ବିଶେଷତଃ ନେଗେଟିଭ ରୋଲ ପାଇଁ ରାଜେଶ୍ୱରୀ ଖୁବ୍ ଲୋକପ୍ରିୟତା ସାଉଣ୍ଟି ଥିଲେ।
ରାଜେଶ୍ୱରୀ ସ୍ୱାମୀ ସଞ୍ଜୟ ମହାପାତ୍ର କହିଛନ୍ତି, ରାଜେଶ୍ୱରୀଙ୍କର ମଝିରେ ମଝିରେ ଦେହ ଖରାପ ହେଉଥିଲା।ସେ ହସପିଟାଲରେ ଭର୍ତ୍ତି ହେଉଥିଲେ।
ଚିକିତ୍ସାପରେ ସେ ସୁସ୍ଥ ହୋଇ ଘରକୁ ଫେରୁଥିଲେ। ତାଙ୍କର ସମ୍ ହସପିଟାଲରେ ଚିକିତ୍ସା ଚାଲିଥିଲା। ଗତକାଲି ତାଙ୍କ ମୁଣ୍ଡ ବିନ୍ଧିଥିଲା। ତାଙ୍କୁ ବାଲେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ରାଜେଶ୍ୱରୀ ବହୁତ ସାହାସୀ ଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930