Indus Valley Times

ଜୁଲାଇ ୩୦ରୁ ଆରମ୍ଭ ହେବ ମାଟ୍ରିକ ଅଫଲାଇନ୍ ପରୀକ୍ଷା : ଆବେଦନ କଲେ ୧୫ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

 Breaking News

ଜୁଲାଇ ୩୦ରୁ ଆରମ୍ଭ ହେବ ମାଟ୍ରିକ ଅଫଲାଇନ୍ ପରୀକ୍ଷା : ଆବେଦନ କଲେ ୧୫ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

July 16
11:08 2021

ଭୁବନେଶ୍ୱର, ୧୬/୭ : ବିନା ପରୀକ୍ଷା ରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବାହର କରିବା ପରେ ଅସନ୍ତୁଷ୍ଟ ଛାତ୍ରଛାତୀ ମାନଙ୍କ ପାଇଁ ଅଫଲାଇନ୍ ପରିକ୍ଷା କରିବାକୁ ସରକାର ନିଷ୍ପତି ନେବା ପରେ ଅଫଲାଇନ ପରୀକ୍ଷା ପାଇଁ ୧୫,୧୫୫ ଜଣ ଆବେଦନ କରିଥିବା ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପକ୍ଷରୁ ସୂଚନା ମିଳିଛି । ତେବେ ଫର୍ମ ପୂରଣ ପ୍ରକ୍ରିୟା ଜୁଲାଇ ୫ ରୁ୧୪ ମଧ୍ୟରେ ଶେଷ ହୋଇଥିବା ବେଳେ ପରୀକ୍ଷା ଚଳିତ ମାସ ୩୦ ରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ତେବେ ୧୫,୧୫୫ ଜଣ ଛାତ୍ରଙ୍କ ମଧ୍ୟରୁ ପ୍ରାୟ ୬,୫୯୬ ଜଣ ଛାତ୍ର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ହୋଇଥିବା ବେଳେ ରାଜ୍ୟ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ମୋଟ ୮,୪୯୩ ଏବଂ ମାଧ୍ୟାମା ପରୀକ୍ଷା ପାଇଁ ୬୬ ଜଣ ଆବେଦନ କରିଛନ୍ତି ।
ତେବେ ଚଳିତ ବର୍ଷ ବିନା ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍କ ପ୍ରଦାନ କରାଯାଇଥିବା ବେଳେ ବାର୍ଷିକ ପରୀକ୍ଷା ପାଇଁ ଆବେଦନ କରିଥିବା ୬,୫୯୬ ଜଣଙ୍କ ମଧ୍ୟରୁ ୨,୨୪୪ ଜଣ ସରକାରଙ୍କ ଦ୍ୱାରା ବିକଳ୍ପ ମୂଲ୍ୟାଙ୍କନ ପଦ୍ଧତି ମାଧ୍ୟମରେ ସେମାନଙ୍କୁ ଦିଆଯାଇଥିବା ମାର୍କରେ ସନ୍ତୁଷ୍ଟ ନହୋଇ ଅଫଲାଇନ ପରୀକ୍ଷା ପାଇଁ ଅବେଦନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031