Indus Valley Times

ଜୁଲାଇ ୪ରୁ OJEE ପରୀକ୍ଷା, ବାହାରିଲା ସୂଚୀ

 Breaking News

ଜୁଲାଇ ୪ରୁ OJEE ପରୀକ୍ଷା, ବାହାରିଲା ସୂଚୀ

ଜୁଲାଇ ୪ରୁ OJEE ପରୀକ୍ଷା, ବାହାରିଲା ସୂଚୀ
June 01
16:28 2022

ଭୁବନେଶ୍ବର, ୧/୬: ରାଜ୍ୟର ସରକାରୀ ଓ ଘରୋଇ କଲେଜ, ବିଶ୍ବବିଦ୍ୟାଳୟଗୁଡ଼ିକର ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି ଜୁଲାଇ ମାସରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଙଔଋଋ) ଅନୁଷ୍ଠିତ ହେବ। ଆଜି ଓଜେଇ୨୦୨୨ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ଜୁଲାଇ ୪ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ। ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ। ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ୍ ଏଣ୍ଟ୍ରି ଟେକ୍ ଡିପ୍ଲୋମା ପରୀକ୍ଷା ହେବ।
ଜୁଲାଇ ୫ ତାରିଖର ୧ମ ଓ ୨ୟ ସିଫ୍ଟରେ ଏମସିଏ/ଏମଏସସି(କଂପ୍ୟୁଟର ସାଇନ୍ସ) ପରୀକ୍ଷା ହେବ। ଜୁଲାଇ ୫ର ୩ୟ ସିଫ୍ଟରେ ଏମଟେକ୍, ଏମ୍ ଆର୍ଚ, ଏମ ଫାର୍ମା ଓ ବି ସିଏଟି ପରୀକ୍ଷା ହେବ।
୬ ତାରିଖର ପ୍ରଥମ ୨ଟି ସିଫ୍ଟରେ ଏମବିଏ ଓ ୩ୟ ସିଫ୍ଟରେ ଇଣ୍ଟିଗ୍ରେଟେଡ ଏମବିଏ, ଲାଟେରାଲ୍ ଏଣ୍ଟ୍ରି ଫାର୍ମା, ଲାଟେରାଲ୍ ଏଣ୍ଟ୍ରି ଟେକ୍(ବିଏସସି), ବିସିଏଟ୍(ଫିଲ୍ମ ଏଡିଟିଂ) ପରୀକ୍ଷା ହେବ।୮ ତାରିଖରେ କେବଳ ୧ମ ଓ ୨ୟ ସିଫ୍ଟରେ ବି ଫାର୍ମା ପ୍ରବେଶିକା ପରୀକ୍ଷା ହେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031