Indus Valley Times

ଜୁଲାଇ ୬ ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ : ଉଚ୍ଚଶିକ୍ଷା ବିଭାଗ

 Breaking News

ଜୁଲାଇ ୬ ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ : ଉଚ୍ଚଶିକ୍ଷା ବିଭାଗ

July 05
19:21 2021

ଭୁବନେଶ୍ବର, ୫/୭: କମି ଆସିଲାଣି କରୋନା ସଂକ୍ରମଣ । କୋହଳ ହେଉଛି ଲକଡ଼ାଉନ୍ କଟକଣା । ଏହାରି ଭିତରେ ଉଚ୍ଚଶିକ୍ଷା ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶନାମା । ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ । ଜୁଲାଇ ୬ ତାରିଖରୁ ସମସ୍ତ ଟିଚିଂ ଓ ନନ୍ଟିଚିଂ ଷ୍ଟାଫ୍ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।
କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ କାମ କରାଯାଉଥିଲା । ହେଲେ ଆସନ୍ତାକାଲିଠାରୁ ସବୁ କର୍ମଚାରୀ କାମରେ ଯୋଗଦେବା ପାଇଁ ଆଜି ବିଶ୍ୱବିଦ୍ୟାଳୟ କୁଳପତି ଓ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର । କରୋନା କଟକଣା ମାନି ମାସ୍କ ପିନ୍ଧି ସାମାଜିକ ଦୂରତା ରଖି କାର୍ଯ୍ୟ କରିବେ କର୍ମଚାରୀ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031