Indus Valley Times

ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

 Breaking News

ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
October 08
21:35 2021

ଖୋର୍ଦ୍ଧା,୮/୧୦: ଆତ୍ମସମର୍ପଣ ପରେ ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଜାମିନ ଆମେଦନ ଖାରଜ ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି। ଶୁକ୍ରବାର ଦିନ ସକାଳ ସାଢ଼େ ୮ଟାରୁ କୋର୍ଟ ପରିସର ସରଗରମ ଥିଲା । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକଙ୍କ ଭିଡ଼ ଜମିଥିଲା । ଆରପଟେ କୋର୍ଟ ପରିସର ମଧ୍ୟରେ ସାଦା ପୋଷାକଧାରୀ ପୁଲିସ ଓ କୋର୍ଟ ଚାରିପଟେ ଗୋଧେ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଏପରିକି ଜାମିନ ମିଳିବ ଓ ଏହାପରେ ସ୍ୱାଗତ କରିନେବେ ବୋଲି କୋର୍ଟ ନିକଟରେ ଥିବା ପୂର୍ତ ବିଭାଗ ଡାକବଙ୍ଗଳାରେ ଫୁଲମାଳ, ବାଣ ଆଦି ଧରି ଦଳର କେତେକ ନେତା ଓ ପ୍ରାୟ ହଜାରେ ସରିକି ସମର୍ଥକ ଅପେକ୍ଷା କରିଥିଲେ । ଦୀର୍ଘ ୧୦ ଘଣ୍ଟା ପରେ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ କୋର୍ଟ ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031