Indus Valley Times

ଝାରସୁଗୁଡାକୁ ବ୍ୟାପିଲା ଝାଡାବାନ୍ତି, ବାପ-ପୁଅ ମୃତ

 Breaking News

ଝାରସୁଗୁଡାକୁ ବ୍ୟାପିଲା ଝାଡାବାନ୍ତି, ବାପ-ପୁଅ ମୃତ

July 30
10:19 2022

ଝାରସୁଗୁଡ଼ା, ୩୦/୭: ଝାରସୁଗୁଡ଼ା ୧୩ ନମ୍ବର ୱାର୍ଡ ଦେବାଡ଼ିହିଠାରେ ଝାଡ଼ାବାନ୍ତି ରୋଗରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକମାନେ ହେଲେ ଆକୁର ପ୍ରଧାନ (୪୦) ଓ ତାଙ୍କ ପିତା ଶ୍ରୀପ୍ରସାଦ ପ୍ରଧାନ(୬୫)।
ଆକୁର ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପୁଅର ଦାହ ସଂସ୍କାର ପରେ ପିତା ଶ୍ରୀପ୍ରସାଦ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଗତ ରାତିରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା।
ଏହି ଅଞ୍ଚଳର ଲିଟିପଡା, ପାନ୍ନପଡା ଓ ବଇଦପଡ଼ାର ପ୍ରାୟ ୧୦/୧୫ ଜଣ ଏହି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୫/୭ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏଠାରୁ ମାତ୍ର ୨ କିମି ଦୂରରେ ମୁଖ୍ୟ ଚିକିତ୍ସାଳୟ ଥିଲେ ମଧ୍ୟ ଏ ପର‌୍ୟ୍ୟନ୍ତ କୌଣସି ମେଡିକାଲ ଟିମ କିମ୍ବା ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031