Indus Valley Times

ଝିଅର ଅଶ୍ଳୀଳ ଭିଡିଓର ବିରୋଧ କରିବା ଯବାନଙ୍କୁ ମହଙ୍ଗା ପଡ଼ିଲା; ଭିଡ଼ହିଂସା ନେଇଗଲା ଜୀବନ

 Breaking News

ଝିଅର ଅଶ୍ଳୀଳ ଭିଡିଓର ବିରୋଧ କରିବା ଯବାନଙ୍କୁ ମହଙ୍ଗା ପଡ଼ିଲା; ଭିଡ଼ହିଂସା ନେଇଗଲା ଜୀବନ

ଝିଅର ଅଶ୍ଳୀଳ ଭିଡିଓର ବିରୋଧ କରିବା ଯବାନଙ୍କୁ ମହଙ୍ଗା ପଡ଼ିଲା; ଭିଡ଼ହିଂସା ନେଇଗଲା ଜୀବନ
December 26
21:20 2022

ଗାନ୍ଧିନଗର,୨୬/୧୨: ଜଣେ ବିଏସଏଫ ଯବାନଙ୍କୁ ଗୁଜରାଟର ନାଦିଆଦ ଠାରେ ପିଟିପିଟି ହତ୍ୟା କରାଯାଇଛି। ଏହି ଯବାନ ଜଣଙ୍କ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କ ଝିଅର ଅଶ୍ଳୀଳ ଭିଡିଓକୁ ବିରୋଧ କରିଥିଲେ। ଏହାକୁ ନେଇ ଭାଇରାଲ କରିଥିବା ପିଲାର ପରିବାର ଲୋକ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ପୁଲିସ୍ ଏହି ଘଟଣାରେ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ଯବାନ ମେଲଜିଭାଇ ବାଘେଲା ତାଙ୍କ ଝିଅର ଭିଡିଓ ଭାଇରାଲ କରିଥିବା ଚାକଲସି ଗାଁରେ ରହୁଥିବା ୧୫ ବର୍ଷୀୟ ପିଲାର ଘରେ ପହଞ୍ଚିଥିଲେ। ସେ ପିଲାର ପରିବାର ଲୋକଙ୍କ ସହ ଏ ବିଷୟରେ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ବାଘେଲାଙ୍କ ପତ୍ନୀ, ଦୁଇ ପୁଅ ଓ ପୁତୁରା ମଧ୍ୟ ଉପସ୍ଥିତ ଥିଲେ।
ପିଲାଟିର ପରିବାର ଲୋକ ସମସ୍ତଙ୍କୁ ଗାଳି ଗୁଲଜ କରିବା ସହ ଏଠାରୁ ଚାଲି ଯିବାକୁ କହିଥିଲେ। କିନ୍ତୁ ବାଘେଲାଙ୍କ ପରିବାର ଏହାକୁ ବିରୋଧ କରିଥିଲେ। ଶେଷରେ ପିଲାଟିର ପରିବାର ଓ ଆଉ କିଛି ସ୍ଥାନୀୟ ଲୋକ ମିଳିତ ଭାବେ ବାଘେଲାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ପରିବାର ଲୋକ ମଧ୍ୟ ଆକ୍ରମଣରୁ ରକ୍ଷା ପାଇ ନଥିଲେ। ଆକ୍ରମଣ ଯୋଗୁ ଘଟଣାସ୍ଥଳାରେ ବାଘେଲା ପ୍ରାଣ ହରାଇଥିଲେ। ତାଙ୍କ ପୁଅ ନବଦୀପ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଭିଡିଓ ଭାଇରାଲ କରିଥିବା ପିଲା ଓ ବାଘେଲାଙ୍କ ଝିଅ ଗୋଟିଏ ସ୍କୁଲରେ ପଢ଼ନ୍ତି। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ରହିଥିଲା। ଏହାର ଫାଇଦା ଉଠାଇ ୧୫ ବର୍ଷୀୟ ପିଲାଟି ଯବାନଙ୍କ ଝିଅର ଆପତ୍ତିଜନକ ଭିଡିଓ ଶୁଟିଂ କରିଥିଲା। ଏହାପରେ ଏହାକୁ ସୋଶାଲ ମିଡିଆରେ ଭାଇରାଲ କରି ଦେଇଥିଲା। ଏ ସମ୍ପର୍କରେ କଥା ହେବାକୁ ବାଘେଲା ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ କହିଛି। ଯବାନଙ୍କ ପରିବାର ଲୋକ ଦେଇଥିବା ଏଫଆଇଆରକୁ ଆଧାର କରି ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।
ଅନ୍ୟପକ୍ଷରେ ଆଜି ବିଏସ୍ଏଫ ପକ୍ଷରୁ ଯବାନ ବାଘେଲାଙ୍କ ଅନ୍ତିମ ସଂସ୍କାର ତାଙ୍କ ଗାଁରେ କରାଯାଇଛି। ଏହି ସମୟରେ ବେଶ ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031