Indus Valley Times

ଟଙ୍କଧର ଓ ତାଙ୍କ ଦୁଇ ପତ୍ନୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ; ସମ୍ପର୍କୀୟ ଭଣଜା ସମେତ ୨ ଗିରଫ

 Breaking News

ଟଙ୍କଧର ଓ ତାଙ୍କ ଦୁଇ ପତ୍ନୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ; ସମ୍ପର୍କୀୟ ଭଣଜା ସମେତ ୨ ଗିରଫ

ଟଙ୍କଧର ଓ ତାଙ୍କ ଦୁଇ ପତ୍ନୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ; ସମ୍ପର୍କୀୟ ଭଣଜା ସମେତ ୨ ଗିରଫ
May 04
16:48 2023

ବରଗଡ଼,୪/୫: ବରଗଡ଼ ଜିଲ୍ଲା ଭେଡେନ ଟ୍ରିପଲ ମର୍ଡର ଘଟଣାରେ ଭଣଜା ସହ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଭଣଜା ହେଲେ ବାସୁଦେବ ଓରଫ ଅନାମ ସାହୁ(୨୭)। ଆରଜଣକ ହେଲେ ଛତିଶଗଡ଼ ମହାସମୁନ୍ଦର ଶ୍ରବଣ ରଣା(୩୭)। ଚୋରି ସୁନା ବିକ୍ରି ବେଳେ ଉଭୟେ ଧରାପଡ଼ିଥିବା ନେଇ ବରଗଡ଼ ଏସପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭଣଜା ଅନାମ ସାହୁ ଏହି ହତ୍ୟାକାଣ୍ଡ ଭିଆଇଥିଲେ। ମାମୁ ଟଙ୍କଧର ସାହୁ ଭଣଜାକୁ ପୁଅ କରି ନିଜର ସମସ୍ତ ସଂପତ୍ତି ଦେବେ ବୋଲି ଆଗରୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏକ ଚୋରି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ବଢ଼ିଥିଲା। ତାପରେ ପ୍ରତିଶୋଧପରାୟଣ ହୋଇ ଅନାମ ସାହୁ ଚେନ୍ନାଇରୁ ଆସି ତିନିଜଣଙ୍କୁ ନିର୍ମମ ହତ୍ୟା କରିଥିଲେ। ହତ୍ୟା ପରେ ସେ ଘରେ ଥିବା ସୁନାଗହଣା ଲୁଟି ନେଇ ଛତିଶଗଡ଼ ମହାସମୁନ୍ଦର ଶ୍ରବଣ ରଣାଙ୍କୁ ବିକିଥିଲେ। ତାପରେ ସେ ଚେନ୍ନାଇଫେରିଯାଇଥିଲେ।
ପୁଲିସ ସୂଚନା ମୁତାବକ ଭେଡ଼େନ୍ ଥାନା ଋଷୁଡ଼ା ଫାଣ୍ଡି ପପଙ୍ଗା ପଞ୍ଚାୟତର ଆଖିଫୁଟା ଗାଁରେ ଗୋଟିଏ ପରିବାରର ୩ ଜଣଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ୩ ଜଣ ହେଲେ, ଟଙ୍କଧର ସାହୁ (୭୦ବର୍ଷ) ଏବଂ ତାଙ୍କ ଦୁଇ ସ୍ତ୍ରୀ ଦ୍ରୌପଦୀ ସାହୁ (୬୦ବର୍ଷ) ଓ ମାଧବୀ ସାହୁ(୪୫ବର୍ଷ)। ସବୁଦିନ ଭଳି ଆଜି ମଧ୍ୟ ଟଙ୍କଧରଙ୍କ ଘର ସମ୍ମୁଖ ଦେଇ ଲୋକେ ସ୍ବାଭାବିକ ଭାବେ ଯିବାଆସିବା କରୁଥିଲେ।
କିନ୍ତୁ, ଯା’ଆସଭିତରେ ଟଙ୍କଧରଙ୍କ ଘରଆଡ଼କୁ କାହାରି ନଜର ନଥିଲା। ମାତ୍ର, ଦିନ ୧୨ଟା ବେଳକୁ ଟଙ୍କଧରଙ୍କ ଘର ସମ୍ମୁଖରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ। ଏବଂ ଘରୁ କେହି ବାହାରି ନଥିଲେ। କିଛି ଅଘଟଣ ଆଶଙ୍କା କରି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଏହାପରେ ବରଗଡ଼ ଏସ୍ଡିପିଓ ଅମ୍ରିତ ପଣ୍ଡାଙ୍କ ସମେତ ପୁଲିସ୍ ଫୋର୍ସ ପହଞ୍ଚିଥିଲେ। ଘର କବାଟ ଭାଙ୍ଗି ଭିତରକୁ ପଶିଲା ବେଳକୁ ୩ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଟଙ୍କଧରଙ୍କ ଦୁଇ ସ୍ତ୍ରୀଙ୍କ ମୃତଦେହ ବାରଣ୍ଡାରେ ପଡ଼ିଥିଲା।
ଭିତରେ ଟଙ୍କଧରଙ୍କ ଶବ ପଡ଼ି ରହିଥିଲା। ସମସ୍ତଙ୍କ ମୁଣ୍ଡରେ କ୍ଷତ ଥିବା ବେଳେ ରକ୍ତଛିଟା ଘରସାରା ପଡ଼ିଥିବା ଦେଖିବାକୁ ମିଳିଥିଲା। ଘର ପଛପଟ କବାଟ ଖୋଲା ରହିଥିଲା। ହତ୍ୟାକାରୀ ପଛପଟୁ ଆସି ଏଭଳି କାଣ୍ଡ ଭିଆଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡ଼ିଥିଲା।
ଉଲ୍ଲେଖଯୋଗ୍ୟ ଯେ ଟଙ୍କଧରଙ୍କ ପ୍ରଥମ ସ୍ତ୍ରୀ ଦ୍ରୌପଦୀଙ୍କ ପିଲାଛୁଆ ନହେବାରୁ ସେ ମାଧବୀଙ୍କୁ ଦ୍ବିତୀୟ ବିବାହ କରିଥିଲେ। ତେବେ ମାଧବୀଙ୍କୁ ପିଲାଛୁଆ ହୋଇନଥିଲା। ତଥାପି ସେମାନେ ସମସ୍ତେ ଗୋଟିଏ ଘରେ ହସଖୁସିରେ ରହୁଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031