Legatus

ଟାଟା ପାଓ୍ବାରର ବିଦ୍ୟୁତ ଯୋଗାଣରେ ଅନିୟମିତାକୁ ଜୋରଦାର ବିରୋଧ କଲା ନୟାଗଡ଼ ଜିଲ୍ଲାକଂଗ୍ରେସ

 Breaking News

ଟାଟା ପାଓ୍ବାରର ବିଦ୍ୟୁତ ଯୋଗାଣରେ ଅନିୟମିତାକୁ ଜୋରଦାର ବିରୋଧ କଲା ନୟାଗଡ଼ ଜିଲ୍ଲାକଂଗ୍ରେସ

June 28
10:12 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୮//୬ : ଟାଟା ପାଓ୍ବାରର ବିଦ୍ୟୁତ ଯୋଗାଣରେ ଅନିୟମିତାକୁ ଜୋରଦାର ବିରୋଧ । ବିରୋଧ କଲା ନୟାଗଡ଼ ଜିଲ୍ଲାକଂଗ୍ରେସ। ପ୍ରତିବାଦରେ ଦଳ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରଉ ସହ ଅଣ୍ଡା, ଟମାଟୋ ମାଡ। ଏପରି କିଛି ଦ୍ରୁସ୍ୟ ଆଜି ଦେଖିବାକୁ ମିଳିଛି ନୟାଗଡ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ। ରାଜ୍ୟ କଂଗ୍ରେସର ନିଷ୍ପତି କ୍ରମେ ନୟାଗଡରେ ଆଜି ବିଦ୍ୟୁତ କାଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା।
ଜିଲ୍ଲାସଭାପତି ରଣଜିତ ଦାସଙ୍କ ନେତ୍ରୁତ୍ବରେ ଶତାଧିକ କଂଗ୍ରେସ କର୍ମି ଏହିଧାରଣାରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଓ ରାଜ୍ୟସ୍ଥରୀୟ ନେତା ଯୋଗଦେଇଥିବା ବେଳେ ଅଘୋଶିତ ବିଦ୍ୟୁତ କାଟ,ଲୋଭୋଲଟେଜ, ବିଦ୍ୟୁତ ଶୁଳ୍କ ସମସ୍ୟା କୁ ନେଇ ଏଥିରେ ପ୍ରବଳ ପ୍ରତିବାଦ କରାଯାଇଥିଲା।
ପ୍ରତିବାଦ ବେଳେ ଉତ୍ତେଜିତ କଂଗ୍ରେସ କର୍ମୀଙ୍କ ପକ୍ଷରୁ କାର୍ଯ୍ୟାଳୟ ଭିତରକୁ ଅଣ୍ଡା ଓ ଟମାଟୋ ମାଡ କରାଯାଇଥିଲା। ଫଳରେ ଟାଟା ପାଓ୍ବାରର କିଛି କର୍ମଚାରୀଙ୍କ ଦେହରେ ଅଣ୍ଡା ବାଜିଥିବା ଦେଖାଯାଇଥିଲା। ତେବେ ପୋଲିସ ପହଚିଂ ଘଟଣାକୁ ନିୟନ୍ତ୍ରଣ କରିଥିଲା। ପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାଓ୍ବାର ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ସହ ଆଗାମୀ ଦିନରେ ବିଦ୍ୟୁତ ସମସ୍ୟାର ସମାଧାନ ନହେଲେ ପରିଣତି ଭୟଙ୍କର ହେବବୋଲି କଂଗ୍ରେସ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930