Indus Valley Times

ଟିପିଏନଓଡିଏଲ ପକ୍ଷରୁ ଅତ୍ୟାଧୁନିକ ଅଗ୍ନି ନିର୍ବାପକ କେନ୍ଦ୍ର ଉଦ୍ଘାଟିତ

 Breaking News

ଟିପିଏନଓଡିଏଲ ପକ୍ଷରୁ ଅତ୍ୟାଧୁନିକ ଅଗ୍ନି ନିର୍ବାପକ କେନ୍ଦ୍ର ଉଦ୍ଘାଟିତ

September 19
19:24 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୧୯/୯ : ଆହୁରି ସଶକ୍ତ ହୋଇଛି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)ର ସୁରକ୍ଷା ପଦ୍ଧତି।
ବାଲିଆ ସ୍ଥିତ ବାଲେଶ୍ଵର ମଣ୍ଡଳ କାର‌୍ୟ୍ୟାଳୟ ଏବଂ ସ୍ଥାନୀୟ ଅନ୍ୟ କାର୍ଯ୍ୟାଳୟଗୁଡ଼ିକର ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁଦୃଢ ଉଦ୍ଦେଶ୍ୟରେ ନବ ନିର୍ମିତ ଅଗ୍ନି ଚିହ୍ନଟ, ଆଲାର୍ମ ଏବଂ ସୁରକ୍ଷା ଷ୍ଟେସନ ବିଶ୍ୱକର୍ମା ପୂଜା ଅବସରରେ ଉଦ୍ଘାଟନ ସହଜରେ ରୋକାଯାଇ ପାରିବ।
ଏଥି ପାଇଁ ଜଣେ ତାଲିମପ୍ରାପ୍ତ ଅଗ୍ନି ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ସେଠାରେ ନିଯୁକ୍ତ କରାଯାଇଥିବା କରାଯାଇଛି। ଏଣିକି ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକର କୌଣସି ସ୍ଥାନରେ ନିଆଁ ଲାଗିଲେ ଏହାର ତୁରନ୍ତ ପ୍ରତିକାର କରାଯାଇ ପାରିବ। ସମ୍ପୁର୍ଣ୍ଣ ଅତ୍ୟାଧୁନିକ ପଦ୍ଧତିରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପରିଚାଳିତ ହେବାକୁ ଥିବାବେଳେ ଏଥି ଲାଗି ସମସ୍ତ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି।
ଏଠାରେ ୨.୪ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କିର ନିର୍ମାଣ କରାଯାଇଥିବାବେଳେ ସମ୍ପୃକ୍ତ ଟାଙ୍କିରୁ ସ୍ଥାନୀୟ କାର୍ଯ୍ୟାଳୟଗୁଡ଼ିକୁ ମୋଟର ଏବଂ ପାଇପ ସଂଯୋଗ କରାଯାଇଛି।
କୌଣସି ପରିସ୍ଥିତିରେ ଅଗ୍ନି ଜନିତ ଦୁର୍ଘଟଣା ଘଟିଲେ ପ୍ରଥମେ ‘ଫାୟାର ଆଲାର୍ମ’ ସତର୍କ କରାଇବ। ଏହା ପରେ ନବ ନିର୍ମିତ ଅଗ୍ନି ସୁରକ୍ଷା କେନ୍ଦ୍ରରୁ ପାଣିକୁ ନିଆଁ ଲିଭାଇବା ପାଇଁ ଛଡାଯିବ।
ଫଳରେ ଧନଜୀବନ ହାନିକୁ ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଦ୍ୱିଜଦାସ ବସକ ଉଦ୍ଘାଟନ ଅବସରରେ ମତ ରଖିଥିଲେ।
ଏହି ଅବସରରେ ପରିଚାଳନା ମୁଖ୍ୟ ନୀଲେଶ ପୋଟଫଡେ, ପ୍ରକଳ୍ପ ମୁଖ୍ୟ ପ୍ରଦୀପ କୁମାର ମହାନ୍ତି, ଭିଜିଲାନ୍ସ ମୁଖ୍ୟ ହରିଶ ଶର୍ମା, ବାଲେଶ୍ଵର ଏସଇ ସିଦ୍ଧାର୍ଥ ରାୟ, ସୁରକ୍ଷା ବିଭାଗ ମୁଖ୍ୟ ତପନ କୁମାର ପାତ୍ର, ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930