Indus Valley Times

ଟିପିସାଓ ଆଣ୍ଡ ଆରପିସାଓ ଖଣି କମ୍ପାନିରେ ଆୟକର ବିଭାଗର ଚଢଉ

 Breaking News

ଟିପିସାଓ ଆଣ୍ଡ ଆରପିସାଓ ଖଣି କମ୍ପାନିରେ ଆୟକର ବିଭାଗର ଚଢଉ

ଟିପିସାଓ ଆଣ୍ଡ ଆରପିସାଓ ଖଣି କମ୍ପାନିରେ ଆୟକର ବିଭାଗର ଚଢଉ
June 01
17:49 2022

ବଡ଼ବିଲ ୧/୬: ଖଣିଜ ବ୍ୟବସାୟୀ ତଥା ଶିଳ୍ପପତି ଶ୍ରୀନିବାସ ସାହୁଙ୍କ ଘରେ ଆୟକର ଚଢାଉ । ଶ୍ରୀନିବାସ ସାହୁଙ୍କ ବଡ଼ବିଲ ସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆୟକର ବିଭାଗର ୮ ଜଣିଆ ଟିମ୍ ଆୟ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ରେକର୍ଡ ପତ୍ର ଯାଞ୍ଚ କରୁଥିବା ସୂଚନା ମିଳିଛି ।
ଅନ୍ୟପଟେ ବୁଧବାର ସକାଳ ପ୍ରାୟ ୮ଟା ବେଳେ ଯୋଡ଼ା ଗଣେଶ ଭବନ ନିକଟସ୍ଥ ଆର.ପି.ସାଓଙ୍କ କାର‌୍ୟ୍ୟାଳୟ ଆୟକର ବିଭାଗର ଏକ ୯ ଜଣିଆ ଟିମ୍ ପହଞ୍ଚି ଚଢାଉ ଆରମ୍ଭ କରିଥିଲେ ।
ସମ୍ବଲପୁର ଆୟକର ବିଭାଗର ଅଧିକାରୀମାନେ ଏଥିରେ ସାମିଲ ଥିବା ସୂଚନା ମିଳିଥିଲା । ଏହାସହ କମ୍ପାନୀର ଝାଡ଼ଖଣ୍ଡ, ଚାଇଁବାସାଠାରେ ଥିବା ମୁଖ୍ୟ କାର୍ଯ୍ୟାଳୟ ଏବଂ ବାସଭବନରେ ମଧ୍ୟ ରେଡ୍ ଚାଲିଥିବା ଜଣାପଡିଥିଲା ।
ଜାମସେଦପୁର ଏବଂ ରାଞ୍ଚିର ଏକ ମିଳିତ ଦଳ ଆୟକର ସମ୍ବନ୍ଧୀୟ ଅନୁସନ୍ଧାନ ଆରମ୍ଭ କରିଥିଲ । ଖଣିଜ ବ୍ୟବସାୟ ସହ ଜଡ଼ିତ ଟିପିଏସଏଲ (ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ୍) କମ୍ପାନୀର ଝାଡ଼ଖଣ୍ଡ, ପଶ୍ଚିମ ସିଂହଭୂମ ଜିଲ୍ଲାର ନୋଆମୁଣ୍ଡି ବ୍ଲକରେ ଅବସ୍ଥିତ ଲୁହାପଥର ଖଣି ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ବନ୍ଦ ରହିଛି ।
ସେହିପରି ଯୋଡା ଖଣି କ୍ଷେତ୍ର ଗୁଆଲିଠାରେ ଥିବା ଆର.ପି. ସାଓ (ରମେଶ ପ୍ରସାଦ ସାଓ)ଙ୍କ ଖଣିର ଲିଜ୍ ଅବଧି ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହୋଇଯାଇଛି ।
ବର୍ତ୍ତମାନ ଓଡ଼ିଶାର ଝାରସୁଗୁଡ଼ାଠାରେ କମ୍ପାନୀର ଞଚଝଖ ଏଙଖଊ ନାମରେ ଏକ ଇସ୍ପାତ ଉତ୍ପାଦନ କାରଖାନା ରହିଛି ।
କମ୍ପାନୀର ଏକ ସ୍ପଞ୍ଜ କାରଖାନା ମଧ୍ୟ ରାଉରକେଲା ସେକ୍ଟରରେ ଥିବା ଜଣାପଡ଼ିଛି । ଆୟକର ବିଭାଗ ବିଭିନ୍ନ ବ୍ୟବସାୟିକ ତଥ୍ୟକୁ ଖୋଳତାଡ଼ କରିବା ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ବ୍ୟାଙ୍କ କାରବାର ଆଦିକୁ ଯାଞ୍ଚ କରୁଛନ୍ତି । ତେବେ ଚଢ଼ାଉ ସମ୍ପର୍କରେ ଆୟକର ଅଧିକାରୀମାନେ କିଛି ବି ପ୍ରକାଶ କରିବାକୁ ମନା କରିଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031