Indus Valley Times

ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା, ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢାଉ

 Breaking News

ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା, ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢାଉ

ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା, ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢାଉ
March 31
10:17 2023

ଭୁବନେଶ୍ୱର,୩୧/୩: ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢଉ କରିଛି। ଏମ୍ସର ଫାର୍ମାସି ଷ୍ଟୋରର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ସିବିଆଇ ପକ୍ଷରୁ ଗତକାଲି ଚଢ଼ାଉ କରାଯାଇଥିଲା। ସିବିଆଇ ଟିମ୍ ଚଢଉ କରି ଟେଣ୍ଡର ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।
ଏଥିସହ ଟେଣ୍ଡର ପ୍ରକ୍ରିୟା ନେଇ ଫାର୍ମାସି ଷ୍ଟୋର କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ଫାର୍ମାସି ଷ୍ଟୋରର ଟେଣ୍ଡର ପ୍ରକ୍ରିୟା ଠିକ୍ ହୋଇଥିଲା ଥିଲା ନା ନାହିଁ, ଏଥିରେ କିଛି ଅନିୟମିତତା ହୋଇଛି ନାହିଁ ସେନେଇ ପଚରାଉଚରା କରାଯାଇଥିଲା। ଚଢ଼ାଉରେ ସିବିଆଇର ଦୁଇଟି ଟିମରେ ୮ଜଣ ଅଫିସର ସାମିଲ ହୋଇଥିଲେ।
ସିବିଆଇ ଜବତ କରିଥିବା କାଗଜପତ୍ରର ତଦନ୍ତ କରି କେତେଜଣଙ୍କୁ ପଚରାଉଚରା ପାଇଁ ନୋଟିସ ଦେଇପାରେ ବୋଲି ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031