Indus Valley Times

ଟ୍ରକକୁ ପଛ ପଟୁ ଧକ୍କା ଦେଲା ଟୁରିଷ୍ଟ ବସ୍, ୨୧ରୁ ଅଧିକ ଆହତ

 Breaking News

ଟ୍ରକକୁ ପଛ ପଟୁ ଧକ୍କା ଦେଲା ଟୁରିଷ୍ଟ ବସ୍, ୨୧ରୁ ଅଧିକ ଆହତ

October 08
10:36 2023

ବାଲେଶ୍ୱର,୮/୧୦ : ନେପାଳରୁ ଆସିଥିବା ପ୍ରାୟ ୬୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ବସ୍ଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍ ଡ୍ରାଇଭରଙ୍କ ସମେତ ୨୧ ଜଣ ଆହତ ହୋଇଛନ୍ତି।
ବସ୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ଭୋରରେ ଏହି ଘଟଣା ଘଟିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031