Indus Valley Times

ଟ୍ରଲରକୁ ପିଟିଲା ଟ୍ରାଭେଲର, ଗାଡିରେ ଥିଲେ ୧୫ରୁ ଅଧିକ ଲୋକେ

 Breaking News

ଟ୍ରଲରକୁ ପିଟିଲା ଟ୍ରାଭେଲର, ଗାଡିରେ ଥିଲେ ୧୫ରୁ ଅଧିକ ଲୋକେ

December 21
08:56 2023

ନୟାଗଡ଼,୨୧/୧୨: ଦାରିଙ୍ଗିବାଡିରୁ ପିକନିକ୍ ସାରି ଖୁସିରେ ସମସ୍ତେ ଘରକୁ ଫେରୁଥିଲେ।ଗାଡ଼ି ଭିତରେ ଭୋଜି ଭାତର ମଜାମସ୍ତି ବିଷୟରେ କଥା ହେଉଥିଲେ। ହେଲେ ସେମାନେ ଜାଣି ନଥିଲେ ସେ ସେମାନଙ୍କୁ ବାଟରେ ଜଗି ରହିଛି ଯମ। ଘରୁକୁ ଫେରିଲା ବେଳେ ଅଧ ବାଟରେ ଟ୍ରଲରକୁ ଭ୍ୟାନ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତହତ ଘର ଆଠଗଡ଼ ଅଞ୍ଚଳର ବୋଲି ଜଣାଯାଇଛି।
୧୫ରୁ ଅଧିକ ଯୁବକ ଦାରିଙ୍ଗିବାଡିରୁ ପିକନିକ୍ ସାରି ଏକ ଭ୍ୟାନରେ ଅଠଗଡ଼ ନିଜ ଘରକୁ ଫେରୁଥିଲେ। ଟାକେରା ଛକ ନିକଟରେ ଏକ ଟ୍ରଲର ରାସ୍ତାଗଡ଼ରେ ଠିଆ ହୋଇଥିଲା। ଆଜି ଭୋର ୫ଟା ସମୟରେ ଭ୍ୟାନ୍ଟି ଭାରସାମ୍ୟ ହରାଇ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜଣେ ଯୁବକ ଦୁଇ ଗାଡ଼ି ମଝିରେ ଚାପି ହୋଇରହିଯାଇଥିବା ବେଳେ ୫ଜଣ ଗୁରୁତର ହୋଇଥିଲେ।
ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଗାଡ଼ି ମଝିରେ ରହିଥିବା ଯୁବକଙ୍କୁ କଟକ ସହାଯ୍ୟରେ କଟା ଯାଇ ବାହାର କରାଯାଇଥିଲା। ଉକ୍ତ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031