Indus Valley Times

ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଯୁବକ ନିଖୋଜ

 Breaking News

ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଯୁବକ ନିଖୋଜ

ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଯୁବକ ନିଖୋଜ
May 21
20:39 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୨୧/୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାକୁ ମା\’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି। ଘଟଣା ରୁ ପ୍ରକାଶ ଯେ ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା ଗ୍ରାମର ଭବାନୀ ଶଙ୍କର ପଣ୍ଡା ଓରଫ ଡିଲୁ ନିଜ ମାମୁଁ ପୁଅ ଭାଇ ସହ ମେ ୧୨ତାରିଖ ଦିନ ବାଲିଗୁଡ଼ା ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲା। ପ୍ରଥମ ଦିନ ଯାତ୍ରା ଦେଖିବା ପରେ ପର ଦିନ ମଧ୍ୟ ଯାତ୍ରା ଦେଖିବାକୁ ଦୁଇ ଜଣ ଭାଇ ସନ୍ଧ୍ୟା ୪ଟା ସମୟ ରେ ବାହାରିଥିଲେ କିନ୍ତୁ ସନ୍ଧ୍ୟା ୬ଟା ବେଳେ ହଠାତ ଡ଼ିଲୁ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ସମ୍ମୁଖରୁ ନୂଆସାହି ଆଡ଼କୁ ଦୌଡ଼ି ପଳାଇଥିଲେ। ସେ ଏକ ଧଳା ସାର୍ଟ କୁ ବ୍ଲୁ କଲର ଏକ ପ୍ୟାଣ୍ଟ ପିନ୍ଧି ଥିବା ବେଳେ ଆଜକୁ ଏକ ସପ୍ତାହ ହୋଇଥିଲେ ମଧ୍ୟ ଡିଲୁ ର ପତ୍ତା ମିଳୁନାହିଁ। ଡିଲୁ ବେଳେ ବେଳେ ମାନସିକ ଭାରସାମ୍ୟ ହରାଇ ପାଗଳାମି ପରି ହେଉଥିବା ମଧ୍ୟ ଜଣାପଡ଼ିଛି। ଏ ନେଇ ବାଲିଗୁଡ଼ା ଥାନାରେ ପରିବାର ଲୋକେ ଏକ ଏତଲା ଦେଇଥିବା ବେଳେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏ ନେଇ ଯଦି କୌଣସି ବ୍ୟକ୍ତି ଏହି ଯୁବକ ର ସନ୍ଧାନ ପାଆନ୍ତି, ତେବେ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି କ୍ଷ
ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍କୁଲରେ ଚୋରି ହୋଇଥିବା ଘଟଣାର ପର୍ଦାଫାଶ:୭ ଜଣ ନାବାଳକ ଅଟକ
କନ୍ଧମାଳ,୨୧/୫:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଲଗାତାର ବିଭିନ୍ନ ଦୋକାନ ସ୍ମାର୍ଟ ସ୍କୁଲ ଓ ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ବେଳେ ପୁଲିସ ଏହି ଘଟଣାର ପର୍ଦାଫାଶ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ୭ ଜଣ ନାବାଳକ ଙ୍କୁ ଅଟକ ରଖି ବାଳ ସୁଧାର ଗୃହକୁ ପଠାଇଥିବା ସୂଚନା ମିଳିଛି। ଜବତ ସାମଗ୍ରୀ ମଧ୍ୟରେ ସିପିଉ, କିବୋର୍ଡ଼, ହେଡ଼ ଫୋନ ଥିବା ଜଣାପଡିଛି। ଅନ୍ୟ ପଟେ ଚୋରୀରେ ବ୍ୟବହୃତ ଜିନିଷ ସହ କିଛି ମରଣାସ୍ତ୍ର ଜବତ ହୋଇଥିବା ବେଳେ ଏହି ସମସ୍ତ ଚୋରୀରେ ସମ୍ପୃକ୍ତ ୭ ଜଣ ନାବାଳକ ଫିରିଙ୍ଗିଆ ବ୍ଲକ ଆଖ ପାଖ ଅଞ୍ଚଳର ବୋଲି ସୂଚନା ମିଳିଛିଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଯୁବକ ନିଖୋଜ ହେଲେ ଏହି ଘଟଣାର ମାଷ୍ଟର ମାଇଣ୍ଡ ସହ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଅବ୍ୟାହତ ଥିବା ବିଷୟ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031