Indus Valley Times

ଠିକାସଂସ୍ଥାର ମନମାନିରେ ଚାଲିିଛି ବୈାଦ୍ଧ- ମର୍ଜାକୁଦ ସେତୁ କାର୍ଯ୍ୟ

 Breaking News

ଠିକାସଂସ୍ଥାର ମନମାନିରେ ଚାଲିିଛି ବୈାଦ୍ଧ- ମର୍ଜାକୁଦ ସେତୁ କାର୍ଯ୍ୟ

November 29
20:41 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୨୯/୧୧: ବୌଦ୍ଧ ସହରର ଅବିଛେଦ ଅଙ୍ଗ ମର୍ଜାକୁଦ । ମହାନଦୀ ଗର୍ଭରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସହରର ଏହି ଦୁଇ ୱାର୍ଡ ବିଶିଷ୍ଟ ଅଂଚଳର ବିକାଶ ଓ ସହର ସହିତ ସଂଯୋଗ ପାଇଁ ଏକ ସେତୁ ନିର୍ମାଣ ସହର ତଥା ମର୍ଜାକୁଦ ଅଂଚଳ ବାସୀଙ୍କର ବହୁ ଦିନର ସ୍ୱପ୍ନ ସାକାର କରିଛନ୍ତି ସରକାର । ତେବେ ଏହି ସେତୁ ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ ହେବାସହ ଠିକା ସଂସ୍ଥାର ମନମାନିରେ ଚାଲୁଥିବାରୁ ଏହି ସେତୁର ସଂପୁର୍ଣ୍ଣତା ନେଇ ସାଧାରଣରେ ଶଂକା ଦେଖା ଦେଇଛି ।
ବିଭାଗୀୟ ଅଧିକାରୀଙ୍କ ଅହେତୁକ ଅନୁକମ୍ପା ଯୋଗୁଁ ଠିକାସଂସ୍ଥା ଏହି ସେତୁକାମର ମାନ ଓ ସଂପୁର୍ଣ୍ଣ ସମୟ ନିଜକୁ ସୁହାଇଲା ପରି କରୁଥିବାର ଅଂଚଳ ବାସୀ ଅଭିଯୋଗ କରିଛନ୍ତି । ଏହି ସେତୁର ସଂପୁର୍ଣ୍ଣ ସମୟ ଅବଧି ଡିସେମ୍ବର ୨୦୨୦ରେ ସରୁଥିବା ବେଳେ ସଂସ୍ଥା ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ପ୍ରତିଶତ ମାତ୍ର କାର୍ଯ୍ୟ ଶେଷ ହୋଇଛି । ଏଥିରୁ ଠିକା ସଂସ୍ଥାର ମନମାନି ଓ ବିଭାଗର ଅନୁକମ୍ପା ସ୍ପଷ୍ଟ ବାରି ହୋଇଯାଉଛି । ନିକଟରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏହି ସେତୁର ଛାତ ଦବି ଯିବା ଭଳି ଘଟଣା ସେତୁର ଭବିଷ୍ୟତ ନେଇ ନାନା ପ୍ରଶ୍ନ ଉଙ୍କି ମାରିଛି । ଠିକାସଂସ୍ଥା ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାର୍ଯ୍ୟ ନିମ୍ନମାନର ହେବା ଫଳରେ ଜନସାଧାରଣ ଏହାର ସମସ୍ୟା ଭୋଗକରିଥାନ୍ତି । ଏହି ଭଳି ଘଟଣା ବୌଦ୍ଧଜିଲ୍ଲାରେ ବିଭିନ୍ନ ସମୟରେ ଦେଖାଦେଇଛି । କେଉଁଠି କାମ ନ ସରୁଣୁ ରାସ୍ତା ଖରାପ ହେଲାଣିତ କେଉଁଠି ଘରର କାନ୍ଥରେ ଫାଟ ଦେଲାଣି । ଯଦି ଏହି ସବୁ କାର୍ଯ୍ୟର ତଦାରଖ ବିଭାଗ ପକ୍ଷରୁ ଠିକଭାବରେ କରାଯାଇଥାନ୍ତା ତାହାହେଲେ ଏସବୁୁ ସମସ୍ୟା ଦେଖାଦିଅନ୍ତା ନାହିଁ । ସେହିଭଳି ପୂର୍ତ୍ତ ବିଭାଗ ଦ୍ୱାରା ଚାଲିଥିବା ବୌଦ୍ଧ- ମର୍ଜାକୁଦ ସେତୁ ନିର୍ମାଣ ସମୟରେ ଗତ ମାସରେ ଏକ ଛାତ ଦବି ଯିବା ଘଟଣା ଘଟିନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବୈାଦ୍ଧ ସହରସ୍ଥିତ ହନୁମାନ ମନ୍ଦିର ନିକଟରେ ବହୁ ପ୍ରତିକ୍ଷିତ ବୈାଦ୍ଧ- ମର୍ଜାକୁଦ ସେତରୁ ନିର୍ମାଣ କାର୍ଯ୍ୟ ଯୋରସରରେ ଚାଲୁଅଛି । ଏହି ସେତୁର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଗତମାସରେ ଏକ ଛାତର ଢଳେଇ କାର୍ଯ୍ୟ ଚାଲୁଥିବା ସମୟରେ ହଠାତ ଛାତଟି ଦବି ଯାଇଥିଲା । ହେଲେ ଏଥିରେ ଏକ ବଡ ଧରଣର ଅଘଟଣ ହେବା ପୂର୍ବରୁ ରକ୍ଷା ମିଳିଯାଇଥିôଲା । ଏହି ଘଟଣା ଜଣା ପଡିବା ପରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହି ସେତୁୁ କାର୍ଯ୍ୟଟି ପୂର୍ତ୍ତ ବିଭାଗ ଅଧିନରେ ଚାଲୁଥିବା ବେଳେ ବିଭାଗ ଏହି କାର୍ଯ୍ୟର ତଦାରଖ କରିବାରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ବର୍ତମାନ କହିବାକୁ ଗଲେ ଏକ ପ୍ରକାର ଠିକା ସଂସ୍ଥାର ଭରସାରେ ବୈାଦ୍ଧ-ମର୍ଜାକୁଦ ସେତୁ କାର୍ଯ୍ୟ ଚାଲିଥିବାରୁ ଏଭଳି ଘଟଣା ଘଟିଥିବା ସାଧାରଣରେ ଆଲୋଚନା ହେଉଛି । ଏହି ସେତୁ ପାଇବା ପାଇଁ ମର୍ଜାକୁଦବାସୀ କେତେ ଯେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ବିଭିନ୍ନ ଅଧିକାରୀ ଠାରୁ ରାଜନେତା ପର୍ଯ୍ୟନ୍ତ ଯାଇ ଗୁହାରୀ କରିବା ସହିତ ବିଭିନ୍ନ ସମୟରେ ଆନ୍ଦୋଳନ କରି ଶେଷରେ ତାଙ୍କର ଦାବି ହାସଲ ହୋଇଛି । ମିଳିଥିବା ସୂଚନା ଅନୁଯାଇ,ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଛକ ନିକଟରୁ ମର୍ଜାକୁଦକୁ ୬୧ଟି ପିଲର ହେବାକୁ ଥିବା ବେଳେ ମହାନଦୀ କୂଳରୁ କଲେଜ ପାଖ ପର୍ଯ୍ୟନ୍ତ ୨୨ଟି ପିଲର ପଡିବାକୁ ଥିବା ବେଳେ ସେଥିମଧ୍ୟରୁ ୧୮ଟିର ଛାତ ପଡିଛି । ସେହିପରି ମହାନଦୀ କୂଳରୁ ମର୍ଜାକୁଦ ପର୍ଯ୍ୟନ୍ତ ୩୯ଟି ପିଲର ହେବାକୁ ରହିଥିବା ବେଳେ ୩ଟି ଛାତ ପଡିଥିବା ବେଳେ ବାକି ସବୁ ପିଲର କାର୍ଯ୍ୟ ନିର୍ମାଣ ଚାଲିଛି । ଏହି ବୈାଦ୍ଧ- ମର୍ଜାକୁଦ ସେତୁ ପ୍ରକଳ୍ପକୁ ୧୮ ଫେବୃଆରୀ ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ମର୍ଜାକୁଦ ଅଞ୍ଚଳର ପ୍ରାୟ ତିନି ହଜାର ଲୋକ ଉପକୃତ ହେବା ସହିତ ଏଠାରେ ଏକ ୟୁକୋ ଟୁରିଜିମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି । ଏହାର ଚାରିପଟେ ମହାନଦୀ ଘେରି ରହିଥିବା ବେଳେ ମର୍ଜାକୁଦବାସୀ ବର୍ଷ ତମାମ ଜଳବନ୍ଦୀ ଭାବରେ ଜୀବନ ବିତାଇ ଥାନ୍ତି । ଗମନା ଗମନ କହିଲେ ଡଙ୍ଗା ହିଁ ସେମାନଙ୍କ ଏକମାତ୍ର ଭରସା । ବର୍ଷା ଋତୁରେ ପୂର୍ଣ୍ଣଗଭା ମହାନଦୀରେ ଜୀବନକୁ ପାଣି ଛଡାଇ ବିପଦ ସଂକୁଳ ଅବସ୍ଥାରେ ଡଙ୍ଗାରେ ଯାତ୍ରା କରିଥାନ୍ତି । ଏପରିକି ଡଙ୍ଗାରେ ଯାଉଥିବା ସମୟରେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟିଛି । ମର୍ଜାକୁଦବାସୀ ସେମାନଙ୍କ ଦୈନଦିନ ଜୀବିକା ପାଇଁ ବୈାଦ୍ଧ ସହର ଉପରେ ନିର୍ଭର କରି ଡଙ୍ଗାରେ ଯିବା ଆସିବା କରିଥାନ୍ତି । ସ୍ୱାସ୍ଥ୍ୟ,ଶିକ୍ଷା, ବ୍ୟବସାୟ, ଆଦି ସମସ୍ତ କାର୍ଯ୍ୟ ପାଇଁ ଏପରିକି ଛୋଟଛୋଟ କାମ ପାଇଁ ସହରକୁ ଆସିବାକୁ ପଡିଥାଏ । ତେଣୁ ଏଭଳି ଏକ ଗୁରୁତ୍ୱ ବହନ କରିଥିବା ପ୍ରକଳ୍ପର କାର୍ଯ୍ୟ ଯଦି ଠିକ ଭାବରେ ନହୁଏ ତେବେ ମର୍ଜାକୁଦ ଅଂଚଳବାସୀଙ୍କ ପାଇଁ ଭବିଷ୍ୟତରେ ଅଭିସାପ ପାଲଟିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ଏନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ କାର୍ଯ୍ୟ ସମୟରେ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ରହୁଛନ୍ତି ମାନ ଓ କାର୍ଯ୍ୟ ତଦାରଖ କରୁଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ ଯଦି ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସେତୁ କାର୍ଯ୍ୟ ଚାଲୁଛି ତେବେ କିପରି ଛାତ ଦବିଗଲା । ଯଦି ବେଳହୁଁ ଏହି ସେତୁ ନିର୍ମାଣ କାର୍ଯ୍ୟ ପ୍ରତି ବିଭାଗ ସଜାଗ ନରହେ ତେବେ କିଏ କହିବ ଭୁବନେଶ୍ୱର ସେତୁ ଛାତ ଭୁସୁଳିବା ଭଳି ଘଟଣା ଏଠାରେ ନଘଟିବ ବୋଲି । ଜିଲ୍ଲା ପ୍ରଶାସନ ଓ ରାଜନେତା ଏହି ସେତୁ ନିର୍ମାଣ କାର୍ଯ୍ୟ ପାଇଁ ଅଧିକ ସଚେତନ ରହିବା ପାଇଁ ସାଧାରଣରେ ଦାବି ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031