Indus Valley Times

ଡିଏନ୍ଏ ଜରିଆରେ ଏମ୍ସରେ ମୃତଦେହ ଚିହ୍ନଟ, ୧୦ରୁ ଅଧିକ ପରିବାର ଟେଷ୍ଟିଂ ପାଇଁ ଦେଇଛନ୍ତି ନମୁନା

 Breaking News

ଡିଏନ୍ଏ ଜରିଆରେ ଏମ୍ସରେ ମୃତଦେହ ଚିହ୍ନଟ, ୧୦ରୁ ଅଧିକ ପରିବାର ଟେଷ୍ଟିଂ ପାଇଁ ଦେଇଛନ୍ତି ନମୁନା

ଡିଏନ୍ଏ ଜରିଆରେ ଏମ୍ସରେ ମୃତଦେହ ଚିହ୍ନଟ, ୧୦ରୁ ଅଧିକ ପରିବାର ଟେଷ୍ଟିଂ ପାଇଁ ଦେଇଛନ୍ତି ନମୁନା
June 06
11:43 2023

ଭୁବନେଶ୍ୱର,୬/୬: ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ଡିଏନଏ ଟେଷ୍ଟିଂ ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର। ସେ କହିଛନ୍ତି, ମୃତଦେହ ଚିହ୍ନଟ ପାଇଁ ଡିଏନଏ ନମୁନା ଦେଇଛନ୍ତି ୧୦ରୁ ଅଧିକ ପରିବାର। ରିପୋର୍ଟ ଆସିବା ପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ପୂର୍ବରୁ ସମସ୍ତ ମୃତଦେହରୁ ନମୁନା ସଂଗ୍ରହ କରାଯାଇଛି । ମୃତଦେହଗୁଡିକ କଣ୍ଟେନରରେ ସଂରକ୍ଷିତ ହୋଇ ରହିଛି । ବର୍ତମାନ ସୁଦ୍ଧା ୬୪ଟି ମୃତଦେହ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ୫୯ଟି ମୃତଦେହ ହସ୍ତାନ୍ତର ପାଇଁ ରହିଛି।
ସୂଚନାଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୮ ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରୁ ୧୭୭ ଜଣଙ୍କ ପରିଚୟ ମିଳିବା ସହ ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ହେଲେ ଏପର‌୍ୟ୍ୟନ୍ତ ୧୦୧ ମୃତଦେହ ଚିହ୍ନଟ ହୋଇପାରିନି । କୌଣସି ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଲେ ମୃତଦେହର ଡିଏନଏ ଟେଷ୍ଟ କରାଯିବ । ଭୁବନେଶ୍ୱର ଏମ୍ସରେ ଡିଏନଏ ଟେଷ୍ଟିଂ ପାଇଁ ସ୍ୱତନ୍ତ୍ର ଡେକ୍ସ ଖୋଲଯାଇଛି।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930