Indus Valley Times

ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ନକ୍ସଲ

 Breaking News

ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ନକ୍ସଲ

December 14
16:46 2023

ଫୁଲବାଣୀ,୧୪/୧୨: କେକେବିନ ସଂଗଠନର ଦୁଇ ମାଓବାଦୀ ଗୁରୁବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ରଞ୍ଜିତ ନାୟିତମ, ଉଙ୍ଗା ପୋୟମ। ଏନେଇ କନ୍ଧମାଳ ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି।
ଉଭୟ ମାଓବାଦୀ ଆଞ୍ଚଳିକ କମିଟିର ସଭ୍ୟ। ଯେଉଁମାନେ କି ଭା.କ.ପା. (ମାଓବାଦୀ) କେକେବିନ ଡିଭିଜନରେ କାର୍ଯ୍ୟ କରି ଆସୁଥିଲେ। ଉଭୟ ମାଓବାଦୀ ଛତିଶଗଡ଼ ଅଞ୍ଚଳର। ସେମାନେ ଉତ୍ତର ଦକ୍ଷିଣ କରିଡର ଝାଡ଼ଖଣ୍ଡ, ଛତିଶଗଡ଼ ଅଞ୍ଚଳକୁ ଦକ୍ଷିଣ କେନ୍ଦ୍ର ଓଡ଼ିଶା ଦେଇ ସଂଯୋଗ କାର୍ଯ୍ୟରେ ନିୟୋଜିତ ଥିଲେ।
ସେମାନେ ଛତିଶଗଡ଼ ଏବଂ ଓଡ଼ିଶାରେ ଅନେକ ହିଂସା କାର୍ଯ୍ୟକଳାପରେ ଲିପ୍ତ ଥିଲେ। ସେମାନେ ଆତ୍ମସମର୍ପଣ କରିବାକୁ ବୌଦ୍ଧ ଏସ୍ପିଙ୍କୁ ଯୋଗାଯୋଗ କରିଥିଲେ। ସରକାରଙ୍କ ଥଇଥାନ ନୀତି ଅନୁସାରେ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଡିଜିପି ପ୍ରକାଶ କରିଛନ୍ତି। ମାଓବାଦୀମାନେ ହିଂସା ପଥ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମଧ୍ୟ ଡିଜିପି ପରାମର୍ଶ ଦେଇଛନ୍ତି।
ସେହିପରି ମାଓବାଦୀ ପ୍ରଭାବିତ ଅଞ୍ଚଳରେ କମ୍ବିଂ ଅପରେଶନ ଜୋରଦାର ହେବ ବୋଲି କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି, ମହିଳା କ୍ୟାଡରମାନଙ୍କୁ ଯୌନ ଶୋଷଣ, ଭୟ ପ୍ରଦର୍ଶନ କରି ଚାନ୍ଦା ଅଦାୟ କରିବା ଏବଂ ଯୁବତୀଯୁବକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସଙ୍ଗଠନରେ ସାମିଲ କରିବା ଇତ୍ୟାଦି କାର୍ଯ୍ୟ ରେ ଅସନ୍ତୁଷ୍ଟ ଥିଲେ।
ସେମାନେ ବରିଷ୍ଠ କ୍ୟାଡରମାନଙ୍କର ମନମୁଖୀ ଏବଂ ରୁକ୍ଷ ବ୍ୟବହାର ପାଇଁ ସଂଗଠନ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିବା କହିଝନ୍ତି। ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ଉନ୍ନତିମୂଳକ ଏବଂ ସରକାରଙ୍କ ଦ୍ବାରା ବିକାଶମୂଳକ ଯୋଜନାଗୁଡିକ ପ୍ରତି ଆକୃଷ୍ଟ ହୋଇ ଆତ୍ମସମର୍ପଣ କରିଥିବା ଡିଜିପିଙ୍କ ସମ୍ମୁଖରେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031