Indus Valley Times

ଡିଭାଇଡରରେ ପିଟିହୋଇ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ୍ , ୨୦ ଶ୍ରମିକ ଆହତ

 Breaking News

ଡିଭାଇଡରରେ ପିଟିହୋଇ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ୍ , ୨୦ ଶ୍ରମିକ ଆହତ

ଡିଭାଇଡରରେ ପିଟିହୋଇ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ୍ , ୨୦ ଶ୍ରମିକ ଆହତ
May 27
12:18 2022

କାମାକ୍ଷାନଗର, ୨୭/୫: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ରାସ୍ତା କଡ଼କୁ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ୍ । ଏହି ଦୁର୍ଘଟଣାରେ ୨୦ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି ।
ଗୁରୁତର ଓ ଆହତମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫ ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ଶ୍ରମିକ ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରେ ନିୟୋଜିତ ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀର ବୋଲି ଜଣାପଡ଼ିଛି।
ମୁକ୍ତାପଶିରୁ ରେଲୱେ କାମ ସାରି କମଳାଙ୍ଗ ଗାଁସ୍ଥିତ ରେଲୱେ ପ୍ରୋଜେକ୍ଟକୁ ଶ୍ରମିକମାନେ ଟ୍ରକ୍ରେ ଯାଉଥିଲେ। ମାତ୍ର ବଡଝରା ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଟ୍ରକ୍ଟି ଓଲଟି ପଡିଥିଲା ।
ଡ୍ରାଇଭରଜଣକ ନିଶାସକ୍ତ ଥିବା ଦୁର୍ଘଟଣା ଘଟିଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି । ବିପଦଜନକ ଭାବେ ଏକ ଗାଡ଼ିରେ ଶ୍ରମିକମାନଙ୍କୁ କିପରି ପଠା ଯାଉଥିଲା, ଏଥିନିମନ୍ତେ କିଏ ଅନୁମତି ଦେଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031