Indus Valley Times

ଡିଭାଇଡରରେ ପିଟି ହେଲା ବାଇକ୍, ୨ ମୃତ

 Breaking News

ଡିଭାଇଡରରେ ପିଟି ହେଲା ବାଇକ୍, ୨ ମୃତ

August 25
12:31 2022

ବ୍ରହ୍ମପୁର, ୨୫/୮: ମଙ୍ଗଳବାର ସକାଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ନିକଟ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଡିଭାଇଡରରେ ପିଟିହେବା ଫଳରେ ଘଟଣାସ୍ଥଳରେ ହିଁ ଚାଲିଯାଇଛି ୨ଜଣଙ୍କ ଜୀବନ।
ଖବର ଅନୁଯାୟୀ, ଦୁଇ ଜଣ ଲୋକ ବାଇକ ଯୋଗେ ଯାଉଥିବା ବେଳେ ଛତ୍ରପୁର ଡିଆରଡିଏ ନିକଟରେ ଥିବା ଜାତୀୟ ରାଜପଥ କଡ଼ ଡିଭାଇଡରରେ ପିଟି ହୋଇଥିଲା ବାଇକ୍। ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇଥିଲା ବାଇକ୍। ଏହାଫଳରେ ବାଇକ୍ରେ ଯାଉଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।
ମୃତକ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳର ସୁମନ ଦାସ ଓ ହିଞ୍ଜିଳିକାଟୁ କଂଚୁଡୁ ଅଞ୍ଚଳର ଦଣ୍ଡପାଳ ବୋଲି ଜଣାପଡିଛି। ଘଟଣାସ୍ଥଳରେ ଛତ୍ରପୁର ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031