Indus Valley Times

ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ‘ଶାରଳା ବସ୍’

 Breaking News

ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ‘ଶାରଳା ବସ୍’

ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ‘ଶାରଳା ବସ୍’
July 11
15:47 2022

ପିପିଲି, ୧୧/୭: ପୁରୀରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍ ଓଲଟି ପଡ଼ିବା ଫଳରେ ପ୍ରାୟ ୩୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ, ପୁରୀରୁ ଶହେ ପାଖାପାଖି ଯାତ୍ରୀଙ୍କୁ ନେଇ ନେଇ ଫେରୁଥିବା ବେଳେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟ୍ ସମୟରେ ସାତଶଙ୍ଖର ଯଶୁଆପୁରଠାରେ ସାରଳା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ବସଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଏହାଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୩୫ ଜଣ ଆହତ ହୋଇଥିଲେ।
ସେମାନଙ୍କୁ ଉଦ୍ଧାର କରାଯାଇ ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲ, ପିପିଲି, ମଙ୍ଗଳପୁର ଓ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଓଭରଲୋଡିଂ କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ବସରେ ଅତି ବେଶିରେ ୪୦ ଯାତ୍ରୀଙ୍କ ଲାଗି ସିଟ୍ ଥିବା ବେଳେ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସ୍ ଆସୁଥିଲା। ଦୁର୍ଘଟଣା ଘଟିବା ପରେ ଚାଳକ, କଣ୍ଡକ୍ଟର ଓ ହେଲପର୍ ଫେରାର୍ ହୋଇଥିବା କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031