Indus Valley Times

ଡେଙ୍ଗୁ ଓ କୋଭିଡ ଲକ୍ଷଣରେ ରହିଛି ସାମଞ୍ଜସ୍ୟ, ସାବଧାନ ରହିବାକୁ ଦେଶବାସୀଙ୍କୁ ସତର୍କ କଲେ ଡା.ହର୍ଷବର୍ଦ୍ଧନ

 Breaking News

ଡେଙ୍ଗୁ ଓ କୋଭିଡ ଲକ୍ଷଣରେ ରହିଛି ସାମଞ୍ଜସ୍ୟ, ସାବଧାନ ରହିବାକୁ ଦେଶବାସୀଙ୍କୁ ସତର୍କ କଲେ ଡା.ହର୍ଷବର୍ଦ୍ଧନ

August 11
09:21 2020

ନୂଆଦିଲ୍ଲୀ ୧୦।୮: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କୋଭିଡ ଲାଗି ମୌସୁମୀରେ ସତର୍କ ରହିବାକୁ ସୋମବାର ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ୧୦ ଅଗଷ୍ଟ ବିଶ୍ୱ ଡେଙ୍ଗୁ ନିରୋଧ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏ ନେଇ ସତର୍କ କରାଇଛନ୍ତି। କରୋନା ଭାଇରସରେ ଯେପରି ଡେଙ୍ଗୁ ନ ବ୍ୟାପେ ସେଥିଲାଗି ନାଗରିକଙ୍କୁ ସଚେତନ ହେବାକୁ କହିଛନ୍ତି।
କରୋନାକୁ ନଜରରେ ରଖି ବର୍ଷା ଋତୁରେ ଆମକୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଘରର ଆଖପାଖରେ ଯେପରି ପାଣି ନ ଜମେ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି। ଯେ କୌଣସି ଉପାୟରେ ମସାଙ୍କ ପ୍ରକୋପ ଆମକୁ କମ୍ କରିବାକୁ ହେବ ବୋଲି ଡା. ହର୍ଷବର୍ଦ୍ଧନ କହିଛନ୍ତି। ମସାଙ୍କ ଯୋଗୁ ଡେଙ୍ଗୁ ବ୍ୟାପିଥାଏ।
ଡେଙ୍ଗୁର ଲକ୍ଷଣ ଅନେକାଂଶରେ ବିନା ଲକ୍ଷଣ ଓ ସାମାନ୍ୟ ଲକ୍ଷଣ କୋଭିଡ ସହ ସମାନ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ସତର୍କ କରାଇଛନ୍ତି। ତେବେ ଦେଶରେ ଡେଙ୍ଗୁ ରୋଗୀଙ୍କ ତଥ୍ୟ ଏକତ୍ର କରିବାର ବ୍ୟବସ୍ଥା ନଥିବାରୁ ଡେଙ୍ଗୁ ଓ କୋଭିଡ ଏକକାଳୀନ ନିୟନ୍ତ୍ରଣ ଅସମ୍ଭବ ହୋଇପଡିବ। ଏକ ଆକଳନରେ ସାରା ବିଶ୍ୱରେ ୩୯ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୁଅନ୍ତି। ଏଥିରୁ ୯ ନିୟୁତ ଲୋକେ ଚିକିତ୍ସା ଲାଗି ହସ୍ପିଟାଲର ଦ୍ୱାରସ୍ଥ ହୋଇଥାନ୍ତି।
ଡବ୍ଲୁଏଚଓଙ୍କ ଅନୁସାରେ ଗତ ଦୁଇ ଦଶନ୍ଧୀରେ ଡେଙ୍ଗୁ ୮ ଗୁଣ ବୃଦ୍ଧି ହୋଇଛି। ୨୦୦୦ ମସିହାରେ ଡବ୍ଲୁଏଚଓ ୫,୦୫,୪୩୦ ଲୋକଙ୍କ ରିପୋର୍ଟ ପ୍ରକାଶ କରିଥିଲେ। ତେବେ ୨୦୧୯ରେ ଏହି ସଂଖ୍ୟା ୪୨ଲକ୍ଷ ହୋଇଯାଇଥିଲା। ୧୯୭୦ ମସିହା ପୂର୍ବରୁ ବିଶ୍ୱର ୭ଟି ଦେଶରେ ଡେଙ୍ଗୁ ସଂକ୍ରମିତ ହେଉଥିଲା। ହେଲେ ଏବେ ୧୦୦ଟି ଦେଶରେ ଡେଙ୍ଗୁ ପ୍ରଭାବ ବିସ୍ତାର କରିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଡବ୍ଲୁଏଚଓଙ୍କ ରିପୋର୍ଟ ଆଧାରରେ କହିଛନ୍ତି।

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031