Indus Valley Times

ଡେପୁଟି କଲେକ୍ଟରଙ୍କ ଠିକଣାରେ ଚଢ଼ଉ ଘଟଣା: ୮୭,୭୮୫ନଗଦ ଟଙ୍କା ଜବତ ସହ ୪ଟି ଫ୍ଲାଟ ଓ ୬ଟି ପ୍ଲଟ ଠାବ

 Breaking News

ଡେପୁଟି କଲେକ୍ଟରଙ୍କ ଠିକଣାରେ ଚଢ଼ଉ ଘଟଣା: ୮୭,୭୮୫ନଗଦ ଟଙ୍କା ଜବତ ସହ ୪ଟି ଫ୍ଲାଟ ଓ ୬ଟି ପ୍ଲଟ ଠାବ

December 27
18:11 2022

ଭୁବନେଶ୍ୱର,୨୭/୧୨: ଯେତେ ଖୋଳିଲେ ସେତେ ବାହାରୁଛି କୋଟିପତି ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲାଙ୍କ ସଂପତ୍ତି। ଚଢ଼ାଉ ବେଳେ ଚିତ୍ତରଂଜନଙ୍କର ୪ଟି ପ୍ଲଟ୍ , ଗୋଟିଏ ଦୁଇ ମହଲା କୋଠା, ୬ଟି ପ୍ଲଟ୍, ୨ଟି ଚାରି ଚକିଆ ଗାଡ଼ି ଓ ୩ଟି ମୋଟର ସାଇକେଲ ଠାବ କରିଛି ଭିଜିଲାନ୍ସ। ଏହାସହ ୮୭ ହଜାର ୭ଶହ ୮୫ ନଗଦ ଟଙ୍କା ଜବତ କରିବା ସହ ଅନ୍ୟାନ ବ୍ୟାଙ୍କ ଜମା ଓ ଜୀବନ ବୀମା ଠାବ କରାଯାଇଛି। ମୋଟ ସଂପତ୍ତିର ତାଲିକା ଏଯାଏ ଜଣାପଡିନଥିବା ବେଳେ ଆହୁରି ସଂପତ୍ତି ବଢିପାରେ ବୋଲି ଚର୍ଚ୍ଚା ହେଉଛି।
ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁରର ଡେପୁଟି କଲେକ୍ଟରଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚିତ୍ତରଂଜନଙ୍କ ଘର ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱର, ବାଲେଶ୍ୱର, ସୋନପୁର ଓ ଜଗତସିଂହପୁରରେ ଅଫିସ୍ ସମେତ, ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଛି।
ଭିଜିଲାନ୍ସ ବିଭାଗର ୨ଜଣ ଡିଏସ୍ପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଛି। ଏଥିରେ ୧୪ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି। ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031