Indus Valley Times

ଡୋପ୍ ଟେଷ୍ଟରେ ଓଡ଼ିଆ ଧାବିକା ଦୂତି ଚାନ୍ଦ ବିଫଳ

 Breaking News

ଡୋପ୍ ଟେଷ୍ଟରେ ଓଡ଼ିଆ ଧାବିକା ଦୂତି ଚାନ୍ଦ ବିଫଳ

ଡୋପ୍ ଟେଷ୍ଟରେ ଓଡ଼ିଆ ଧାବିକା ଦୂତି ଚାନ୍ଦ ବିଫଳ
January 18
17:43 2023

ଭୁବନେଶ୍ୱର,୧୮/୧: ଭାରତ ତଥା ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ବଡ଼ ଝଟକା। ଦୂତୀଙ୍କ ଡୋପ ଟେଷ୍ଟ ପଜିଟିଭ ଆସିଛି। ଏଥିପାଇଁ ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଆଗକୁ ଏସିଆନ ଗେମ୍ସ ଥିବା ବେଳେ ଦୂତୀ ନିଲମ୍ବନ ହେବା ସମସ୍ତଙ୍କ ପାଇଁ ଝଟକା ସଦୃଶ ହୋଇଛି।
ଦୂତୀ ଚାନ୍ଦ ହେଉଛନ୍ତି ଦେଶର ଶ୍ରେଷ୍ଠ ଧାବିକା। ସେ ଏସିଆନ ଗେମ୍ସର ୧୦୦ ମିଟର ଇଭେଣ୍ଟରେ ଦେଶରେ ପାଇଁ ରୌପ ପଦକ ଜିତିଥିଲେ। ସେହିପରି ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ସେ ସିଲଭର ଜିତିଥିଲେ। ୨୬ ବର୍ଷୀୟ ଦୂତୀ ଅଲିମ୍ପିକ୍ସରେ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ହେଲେ ଏବେ ସେ ଡୋପ ଟେଷ୍ଟରେ ଫେଲ ମାରିଛନ୍ତି।
ସେ Selective Androgen Receptor Modulators (SARMs) ସେବନ କରୁଥିବା ଟେଷ୍ଟରୁ ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ସାମୟିକ ଭାବେ ନିଲମ୍ବନ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ୧୦୦ ମିଟର ଇଭେଣ୍ଟରେ ଜାତୀୟ ରେକର୍ଡ ଦୂତୀଙ୍କ ନାଁରେ ରହିଛି। ଏଥିସହ ୪ଗୁଣା ୪୦୦ ରିଲେରେ ମଧ୍ୟ ସେ ଜାତୀୟ ରେକର୍ଡଧାରୀ।
ଏବେ ଦୂତୀଙ୍କୁ ନିଲମ୍ବନ କରାଯାଇଥିବାରୁ ସେ ଚାଇନାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସରେ ଭାଗ ନେଇ ପାରିବେ ନାହିଁ। ପ୍ରକୃତରେ ୨୦୨୨ରେ ଏସିଆ ଗେମ୍ସ ହେବାର ଥିଲା। କିନ୍ତୁ ମହାମାରୀ କରୋନା ପାଇଁ ଏହାକୁ ୨୦୨୩କୁ ଘୁଞ୍ଚାଇ ଦିଆଯାଇଛି।
ଟେଷ୍ଟ ପଜିଟିଭ ସଂପର୍କରେ ଦୂତୀ ଚାନ୍ଦ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଏ ସଂପର୍କରେ ମୁଁ କିଛି ଜାଣି ନାହିଁ। ବୁଲୁ ଥିବା ଚିଠିଟି ଫେକ୍। ମୋତେ ବଦନାମ କରାଯାଉଛି।”

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031