Indus Valley Times

ତଳିଆ ଅଞ୍ଚଳ ବୁଲି ଦେଖିଲେ ବିଏମ୍ସି ମେୟର ସୁଲୋଚନା ଦାସ

 Breaking News

ତଳିଆ ଅଞ୍ଚଳ ବୁଲି ଦେଖିଲେ ବିଏମ୍ସି ମେୟର ସୁଲୋଚନା ଦାସ

ତଳିଆ ଅଞ୍ଚଳ ବୁଲି ଦେଖିଲେ ବିଏମ୍ସି ମେୟର ସୁଲୋଚନା ଦାସ
May 11
12:08 2022

ଭୁବନେଶ୍ବର, ୧୧/୫ : ବାତ୍ୟା ଅସାନୀ ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ବର୍ଷା ଜାରି । ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି । ତେଣୁ ସକାଳୁ ତଳିଆ ଅଞ୍ଚଳ ବୁଲି ଦେଖିଲେ ବିଏମ୍ସି ମେୟର ସୁଲୋଚନା ଦାସ ।
ଖବର ଅନୁଯାୟୀ, ମଙ୍ଗଳବାର ରାତିରୁ ଭୁବନେଶ୍ୱର ଅଞ୍ଚଳରେ ବର୍ଷା ଲାଗି ରହିଛି । ଯାହାକୁ ନେଇ ଭୁବନେଶ୍ୱରର ବିଭିନ୍ନ ତଳିଆ ଅଞ୍ଚଳର ସ୍ଥିତି ବୁଲି ସମୀକ୍ଷା କରିଛନ୍ତି ମେୟର ସୁଲୋଚନା ଦାଶ। ସାଙ୍ଗରେ କର୍ପୋରେଟର ଓ ବିଏମସିର ବିଭାଗୀୟ ଯନ୍ତ୍ରୀ ମଧ୍ୟ ରହିଛନ୍ତି।
ତେବେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ସେଭଳି କୌଣସି ସ୍ଥିତି ଉପୁଜି ନାହିଁ। ପାଣି ଜମା ହୋଇନାହିଁ କି ଅସୁବିଧା ହୋଇନାହିଁ। ସମସ୍ତ ଅଞ୍ଚଳକୁ ମୁଁ ନିଜେ ବୁଲୁଛି ଏବଂ ବିଏମ୍ସି ଅଧିକାରୀ ବି ବୁଲି ଦେଖୁଛନ୍ତି। ସମ୍ବେଦନଶୀଳ ଜାଗାରେ ମୋଟର ପମ୍ପ ମହଜୁଦ ରହିଛି। ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ଯଦି ସମସ୍ୟା ହୁଏ ।
ସେହିପରି ପାଣିପାଗ ବିଭାଗ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବ ବୋଲି କୁହାଯାଇଛି। ଯଦି ତଳି ଅଞ୍ଚଳ କି ବସ୍ତିରେ ପାଣି ଜମେ, ତେବେ ଲୋକଙ୍କୁ ସ୍ଥାନାନ୍ତର କରିବା ନେଇ ଆଶ୍ରୟ ସ୍ଥଳ ପ୍ରସ୍ତୁତ ରହିଛି ଓ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି। ଏବେ ଯାଏ ଆଶ୍ରୟସ୍ଥଳ କେହି ଆସିନାହାନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031