Indus Valley Times

ତାଜୋଲା ଜେଲକୁ ସ୍ଥାନାନ୍ତର ହେଲେ ଅର୍ଣ୍ଣବ ଗୋସ୍ବାମୀ

 Breaking News

ତାଜୋଲା ଜେଲକୁ ସ୍ଥାନାନ୍ତର ହେଲେ ଅର୍ଣ୍ଣବ ଗୋସ୍ବାମୀ

November 09
13:41 2020

ମୁମ୍ବାଇ, ୯/୧୧ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଜେଲରେ ଅଛନ୍ତି । କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ତେବେ ତାଙ୍କୁ ବର୍ତ୍ତମାନ ଆଲିବାଗ ଜେଲରୁ ତାଜୋଲା ଜେଲକୁ ସ୍ଥାନାନ୍ତର କରିଛି ମୁମ୍ବାଇ ପୋଲିସ । ଜେଲ ମଧ୍ୟରେ ଥାଇ ମଧ୍ୟ ଅର୍ଣ୍ଣବ ନିଜର ଚିରାଚରିତ ହାବଭାବ ଜାରି ରଖିଛନ୍ତି । ଏହା ପୂର୍ବରୁ ଅର୍ଣ୍ଣବଙ୍କୁ, ଘଟଣାର ଶୁଣାଣି କରୁଥିବା ମାଜିଷ୍ଟ୍ରେଟ୍ ଜଣେ ଅଭିଯୁକ୍ତ ଭଳି ବ୍ୟବହାର କରିବା ଏବଂ କୋର୍ଟ କାର‌୍ୟ୍ୟରେ ଅଜଥା ହସ୍ତକ୍ଷେପ ନକରିବାକୁ ଚେତାବନୀ ଦେଇଥିଲେ ।
ତେବେ ବିଚାର ବିଭାଗୀୟ ହାଜତରେ ଥାଇ ମଧ୍ୟ ଅର୍ଣ୍ଣବ ଗୋସ୍ବାମୀ ମୋବାଇଲ ମାଧ୍ୟମରେ ସାମାଜିକ ଗଣମାଧ୍ୟମ ଫେସବୁକରେ ପ୍ରାୟ ୨ ଘଣ୍ଟା ଲାଇଭ ଭିଡିଓ କରିଥିଲେ । ଗିରଫ କରିବା ସମୟରେ ଅର୍ଣ୍ଣବଙ୍କ ବ୍ୟକ୍ତିଗତ ମୋବାଇଲ ସିଜ୍ କରିଥିଲା ପୋଲିସ । ତେବେ ସେ ଜେଲରେ ଥାଇକି ବି ମୋବାଇଲ କେଉଁଠୁ ପାଇଲେ ତାହା ସବୁଠାରୁ ବଡ ପ୍ରଶ୍ନବାଚୀ । ସେପଟେ ପୋଲିସର ଅଭିଯୋଗକୁ ଖଣ୍ଡନ କରିଛି ରିପବ୍ଲିକ ଟିଭି । ଟିଭି ପକ୍ଷରୁ କୁହାଯାଇଛି ଯେ ଅର୍ଣ୍ଣବଙ୍କର କୌଣସି ସୋସିଆଲ ମିଡିଆ ଆକାଉଣ୍ଟ ନାହିଁ । ତେବେ ମୋବାଇଲ ଭିତରକୁ କିପରି ଗଲା ତାର ତଦନ୍ତ ଆରମ୍ଭ ହୋଇଛି । ଘଟଣାର ତଦନ୍ତ କରୁଥିବା ଅଧିକାରୀ ଆଲିବାଗ ଜେଲର ସୁପରିନଟେଣ୍ଡଣ୍ଟଙ୍କୁ ଏ ବାବଦରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ କହିଛନ୍ତି ।
ତେବେ ଅର୍ଣ୍ଣବଙ୍କୁ ଆଜି ସକାଳ ୯.୩୦ରେ ଆଲିବାଗରୁ ତାଜୋଲା ଜେଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍ଥାନାନ୍ତର ସମୟରେ ଆଲିବାଗ ଜେଲର ତାଙ୍କୁ ଦୁର୍ବ୍ୟବାହାର କରିଥିବା ଅର୍ଣ୍ଣବ ଅଭିଯୋଗ କରିଛନ୍ତି । ଅର୍ଣ୍ଣବ କହିଛନ୍ତି, “ ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ସୁରକ୍ଷା ଦେବାକୁ କୋର୍ଟକୁ କୁହନ୍ତୁ । ଏମିତିକି ମୋ ଓକିଲଙ୍କ ସହିତ କଥା ହେବାକୁ କହିବାରୁ ଜେଲର ମୋତେ ଦୁର୍ବ୍ୟବାହାର କରିଛନ୍ତି” ।
ସେପଟେ ଆଲିବାଗ ଜେଲର ଆବାସାହେବ ପାଟିଲ ଅର୍ଣ୍ଣବଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଭୋଭିଡ ପାଇଁ ଏକ ମ୍ୟୁନିସିପାଲିଟି ସ୍କୁଲକୁ କ୍ବାରେଣ୍ଟାଇନ ସେଣ୍ଟର-କମ-ଜେଲରେ ପରିଣତ କରାଯାଇଛି । ସେହିଠାରେ ହିଁ ଅର୍ଣ୍ଣବକୁ ରଖାଯାଇଥିଲା ଏବଂ ସେଠାରେ ଲାଗିଥିବା ସିସିଟିଭିରୁ ସବୁ ସ୍ପଷ୍ଟ ହେବ ବୋଲି ପାଟିଲ କହିଛନ୍ତି । ତେବେ ଅର୍ଣ୍ଣବ ଏଭଳି ହରକତ ଯେମିତି ପୁଣି ଥରେ ନକରନ୍ତି ସେଥିପାଇଁ ଜେଲର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଚିଠି ଲେଖି ତାଙ୍କୁ ତାଜୋଲା ଜେଲକୁ ସ୍ଥାନାନ୍ତର କରାଯାଇଛି ।
ତେବେ ଜେଲର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ କୋଭିଡ ପାଇଁ ପରିବାର ଲୋକ କିମ୍ବା ବାହରଲୋକଙ୍କୁ ଅଭିଯୁକ୍ତଙ୍କୁ ଭେଟିବା ପାଇଁ ଅନୁମତି ଦିଆଯାଏ ନାହିଁ । ଜେଲ ପକ୍ଷରୁ ଅଭିଯୁକ୍ତକୁ ତାଙ୍କ ଓକିଲ କିମ୍ବା ପରିବାର ଲୋକଙ୍କ ସହ କଥା ହେବା ପାଇଁ ମୋବାଇଲ ଫୋନ ଦିଆଯାଇଛି । ତେଣୁ ସେହି ଫୋନ ବ୍ୟବହାର କରି ଅର୍ଣ୍ଣବ ପ୍ରାୟ ୨ ଘଣ୍ଟା ଧରି ଫେସବୁକରେ ଲାଇଭ ଆସିଥାଇପାରନ୍ତି ବୋଲି କର୍ମଚାରି ଜଣଙ୍କ କହିଛନ୍ତି ।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031