Indus Valley Times

ତାଳଦଣ୍ଡା କେନାଲକୁ ଖସିଲା କାର୍, ଜଣେ ମୃତ

 Breaking News

ତାଳଦଣ୍ଡା କେନାଲକୁ ଖସିଲା କାର୍, ଜଣେ ମୃତ

ତାଳଦଣ୍ଡା କେନାଲକୁ ଖସିଲା କାର୍, ଜଣେ ମୃତ
May 29
16:58 2023

କଟକ,୨୯/୫: ଭାରସାମ୍ୟ ହରାଇ କଟକ ତାଳଦଣ୍ଡା କେନାଲକୁ ଖସିଲା କାର। ମାତୃଭବନ ସମୁଖରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାଯ୍ୟ ଜାରି ରହିଥିବାବେଳେ କାରରେ ୨ ଜଣ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିବାବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି ।
ମିଳିଥିବା ସୂଚନା ମୁତାବକ ରାସ୍ତାରେ ଦୃତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ କାରଟି କେନାଲରେ ଓଲଟି ପଡ଼ିଯାଇଥିଲା ।କେନାଲରେ ପାଣି ଥିବା ଯୋଗୁ ଗାଡ଼ିରୁ ଚାଳକଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହେବା ଯୋଗୁଁ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ କନ୍ଦରପୁର ଅଞ୍ଚଳର ବ୍ୟବସାୟୀ ଜ୍ଞାନ ରଞ୍ଜନ ଜେନା( ୬୦) ହୋଇଥିବାବେଳେ ଅଞ୍ଜନା ଜେନା (୫୫) ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031