Indus Valley Times

ତୃଣମୂଳ ସ୍ତରରେ ‘ଟାପ୍’ର କାର୍ଯ୍ୟକାରିତାକୁ ଟିପିଏନଓଡିଏଲର ଗୁରୁତ୍ଵ

 Breaking News

ତୃଣମୂଳ ସ୍ତରରେ ‘ଟାପ୍’ର କାର୍ଯ୍ୟକାରିତାକୁ ଟିପିଏନଓଡିଏଲର ଗୁରୁତ୍ଵ

ତୃଣମୂଳ ସ୍ତରରେ ‘ଟାପ୍’ର କାର୍ଯ୍ୟକାରିତାକୁ ଟିପିଏନଓଡିଏଲର ଗୁରୁତ୍ଵ
October 24
19:58 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୨୪/୧୦ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଟାଟା ଆଫରମେଟିଭ ଆକ୍ସନ ପଲିସି (ଟାପ୍)ର କାର୍ଯ୍ୟକାରିତାକୁ ବିଶେଷ ଗୁରୁତ୍ଵ ଦେଉଛି।
ଯାହା ସାମାଜିକ ଓ ଆର୍ଥିକ ଅନଗସର ବର୍ଗ, ବିଶେଷ କରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଆର୍ଥିକ ଅନଗସର ମହିଳା (ଏଏ ବର୍ଗ)ଙ୍କୁ ସଶକ୍ତ ଓ ସକ୍ଷମ କରିବା ପାଇଁ ପଦକ୍ଷେପକୁ ଅଧିକ ସଂଗଠିତ କରିବ। ଟିପିଏନଓଡିଏଲ ଦର୍ଶାଇଛି ଯେ, ସ୍ଵେଚ୍ଛାକୃତ ଭାବେ ସମାଜର ଆଫରମେଟିଭ ଆକ୍ସନ ଗୋଷ୍ଠୀର ଶିକ୍ଷା, ନିଯୁକ୍ତି ସୁଯୋଗ, ଆର୍ଥିକ ଏବଂ ଡିଜିଟାଲ୍ ଅନ୍ତର୍ଭୁକ୍ତିକୁ ଉନ୍ନତ କରିବା ପାଇଁ ଏହାର ତାଲିମ ସମ୍ବଳକୁ ସଂସ୍ଥା ସର୍ବୋତ୍ତମ ବିନିଯୋଗ କରିବ। ସର୍ବଦା ଉଦ୍ୟୋଗୀତା ଏବଂ ଶିଳ୍ପ ମୂଲ୍ୟଯୁକ୍ତ ଶୃଙ୍ଖଳାରେ ଅନ୍ତର୍ଭୁକ୍ତି ପାଇଁ ଆଫରମେଟିଭ ଆକ୍ସନ ବର୍ଗଙ୍କୁ ସଶକ୍ତ ଏବଂ ଉତ୍ସାହିତ କରାଯିବ ବୋଲି ମଧ୍ୟ ଟିପିଏନଓଡ଼ିଏଲ ପକ୍ଷରୁ କୁହାଯାଇଛି।
ସୂଚନା ମୁତାବକ ଟିପିଏନଓଡିଏଲ ସାମାଜିକ ଦାୟିତ୍ଵବୋଧତା କ୍ଷେତ୍ରରେ ଗୁରୁଦାୟିତ୍ଵ ବହନ କରୁଛି। ଶିକ୍ଷା, ନିଯୁକ୍ତି, ଉଦ୍ୟୋଗୀ କ୍ଷେତ୍ରରେ ପ୍ରୋତ୍ସାହନ ଓ ମୌଳିକ ସେବା ଆଦି ବର୍ଗରେ ସିଏସଆର ବିନିଯୋଗକୁ ପ୍ରାଧାନ୍ୟ ଦେବା ସହ ଏ କ୍ଷେତ୍ରରେ ମାଇଲଖୁଣ୍ଟ ହାସଲ କରିଛି।
ଊର୍ଜା ସଖୀ କାର୍ଯ୍ୟକ୍ରମ ଅଧୀନରେ ୬ହଜାର ୨୦୦ରୁ ଅଧିକ ମହିଳାଙ୍କୁ ସ୍ଵାବଲମ୍ବୀ କରିବା ସହ ୪ଲକ୍ଷରୁ ଅଧିକ ଲୋକଙ୍କୁ ଡିଜିଟାଲ ସାକ୍ଷର, ୧୪୬୦ ପ୍ରଶିକ୍ଷାର୍ଥୀଙ୍କୁ ଭିଟିସି ମାଧ୍ୟମରେ ଧନ୍ଦା ମୂଳକ ଶିକ୍ଷା, ୬୫ହଜାର ଛାତ୍ରଛାତ୍ରୀଙ୍କୁ କ୍ଲବ ଏନର୍ଜି ମାଧ୍ୟମରେ ଶକ୍ତି ସଂରକ୍ଷଣ ନେଇ ଶିକ୍ଷା ଆଦି ପ୍ରଦାନ କରାଯାଇଛି।
ଏହା ସହ ୧୨୩୦ଜଣ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ କୋଚିଂ, ୧୬ଶହ ମହିଳାଙ୍କୁ ମୌଳିକ ଶିକ୍ଷା ଏବଂ ୨ଲକ୍ଷ ୭୪ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇଛି ଟିପିଏନଓଡିଏଲ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031