Indus Valley Times

ତେଲେଙ୍ଗାନା ବିଧାନସଭା ନିର୍ବାଚନ; ଭୋଟ୍ ଦେଲେ ସାଉଥ୍ ସୁପର ଷ୍ଟାର୍

 Breaking News

ତେଲେଙ୍ଗାନା ବିଧାନସଭା ନିର୍ବାଚନ; ଭୋଟ୍ ଦେଲେ ସାଉଥ୍ ସୁପର ଷ୍ଟାର୍

November 30
11:59 2023

ହାଇଦ୍ରାବାଦ୍,୩୦/୧୧: ଆଜି ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଦକ୍ଷିଣ ସିନେ ଜଗତର ଅନେକ ବଡ଼ ବଡ଼ କଳାକାରମାନେ ବୁଥ୍ରେ ପହଞ୍ଚି ଭୋଟ୍ ଦେଇଥିବାର ଦେଖିବାକୁ ମିଳିଛି।
ଭୋଟ୍ ଦେବା ପାଇଁ ସାଉଥ୍ ସୁପର୍ଷ୍ଟାର୍ ରାମ୍ ଚରଣ ବିମାନ ଯୋଗେ ମୌସୁରରୁ ଆସି ହାଇଦ୍ରାବାଦ୍ରେ ପହଞ୍ଚିଛନ୍ତି। ତାଙ୍କୁ ଗତକାଲି ମୌସୁର ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।
ସେହିପରି ଅଭିନେତା ଚୀରଞ୍ଜୀବୀ ଆଜି ସକାଳୁ ତାଙ୍କର ମତଦାନ କରି ସାରିଲେଣି। ସେ ତାଙ୍କ ପରିବାର ସହିତ ଜୁବ୍ଲି ହିଲ୍ସରେ ଯାଇ ଭୋଟ୍ ଦେଇଛନ୍ତି। ସକାଳୁ ସକାଳୁ କଳା ରଂଗର ପୋଷାକ ସହ ଖାଲି ପାଦରେ ଚୀରଞ୍ଜୀବୀଙ୍କୁ ପରିବାର ସହ ଜୁବ୍ଲି ହିଲ୍ସ ବୁଥ୍ରେ ଯାଇ ଭୋଟ୍ ଦେଇଥିବାର ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି।
ସେହିପରି ଭୋଟ୍ ଦେବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବାର ନଜର ଆସିଥିଲେ ଜୁନିୟର୍ ଏନ୍ଟିଆର୍। ସେ ସକାଳୁ ନିଜ ପତ୍ନୀ ଓ ମାଆଙ୍କ ସହ ଭୋଟ୍ ଦେବାକୁ ଯାଇଥିବା ବେଳେ ଏକ ଡେନିମ୍ ଜିନ୍ସକୁ ଧଳା ରଂଗର ଟି-ସାଟ୍ ପିନ୍ଧିଥିଲେ।
ଜୁନିୟର୍ ଏନ୍ଟିଆର୍ଙ୍କ ପରି ସାଉଥ୍ ସୁପର୍ଷ୍ଟାର୍ ଅଲ୍ଲୁ ଅର୍ଜୁନ ବି ଭୋଟ୍ ଦେବା ପାଇଁ ଧାଡ଼ି ଲଗାଇଥିବାର ଦେଖିବାକୁ ମିଳିଥିଲା। ସେ ମଧ୍ୟ ହାଇଦ୍ରାବାଦ୍ର ଜୁବ୍ଲି ହିଲ୍ସ ଅଞ୍ଚଳରେ ଥିବା ବୁଥ୍ରେ ଭୋଟ୍ ଦେବାକୁ ପହଞ୍ଚିଥିବା ଭିଡିଓରେ ଦେଖିବାକୁ ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031